ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅଞ୍ଚଳର ଜଙ୍ଗଲବର୍ତ୍ତୀ ଅଞ୍ଚଳରେ ଗଢିଉଠିଥିବା ଚୋରା ଦେଶୀ ମଦ ଭାଟି ଉପରେ ମଙ୍ଗଳବାର ଅବକାରୀ ବିଭାଗ ଓ ଖୁଣ୍ଟୁଣୀ ପୁଲିସର ମିଳିତ ଚଢଉ କରାଯାଇଥିଲା। ଯାହାଫଳରେ ହଜାର ହଜାର ଲିଟର ପୋଚକୁ ନଷ୍ଟ କରାଯାଇଛି। କ୍ରମାଗତ ଭାବରେ ଗତ ୨ ସପ୍ତାହ ଧରି ଖୁଣ୍ଟୁଣୀ ପୁଲିସ ଚୋରା ଦେଶୀ ମଦ ଭାଟି ଉପରେ ଚଢଉ କରି ୬ଟି ଭାଟିକୁ ବନ୍ଦ କରିବା ସହିତ ହଜାର ହଜାର ଲିଟର ପୋଚକୁ ନଷ୍ଟ କରିଥିଲେ। ଆଜି ପୁଣି ମିଳିତ ଭାବରେ ଚଢଉ କରାଯାଇଥିଲା। ମିଳିତ ଚଢଉ ପରେ ମଦ ମାଫିଆଙ୍କ ନିଦ ହଜିଯାଇଛି। ଯୋଜନାବଦ୍ଧ ଭାବରେ ଖୁଣ୍ଟୁଣୀ ପୁଲିସ ଗତ ୧୭ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଚୋରା ଦେଶୀ ମଦ ଭାଟି ଉପରେ ଚଢାଉ କରି ପ୍ରାୟ ୮୦ ହଜାର ଲିଟର ପୋଚ ନଷ୍ଟ କରିଛି। ଆଜି ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ, ସଦର ଅବକାରୀ ଇନ୍ସପେକ୍ଟର ପ୍ରବୀର କୁମାର ସାମଲ, ଆଠଗଡ ଅବକାରୀ ଇନ୍ସପେକ୍ଟର ସଞ୍ଜୀବ ବାର୍ଲା ଓ କର୍ମଚାରୀମାନେ ଉପସ୍ଥିତ ରହି ଚଢଉରେ ଭାଗ ନେଇଥିଲେ। ଆଗାମୀ ଦିନରେ ଉଭୟ ମିଳିତ ଚଢଉ ଅବ୍ୟାହତ ରହିବ ବୋଲି ଅବକାରୀ ଓ ପୁଲିସ ପକ୍ଷରୁ ପ୍ରକାଶ।
Popular Categories



