ବାରିପଦା : ବିଶ୍ବବିଦ୍ୟାଳୟ ରାସ୍ତାରେ ସୋମବାର ସନ୍ଧ୍ୟାରେ ଗାଡିଂ ଯାଞ୍ଚ ବେଳେ ବାଇକ୍ ଧକ୍କାରେ ଜଣେ ପୁଲିସ୍ ଏସଆଇଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ପୁଲିସ ଜଣଙ୍କ ଟାଉନ ଥାନାର ଏସଆଇ ଦୟାନିଧି ଦାସ।
ସୂଚନା ମୁତାବକ, ଦୁଇ ଜଣ ଯୁବକ ଏକ ବାଇକରେ ଯାଉଥିବାବେଳେ ପୁଲିସ ଯାଞ୍ଚ ପାଇଁ ଗାଡିଟିକୁ ଅଟକାଇବା ପାଇଁ କହିଥିଲା। ମାତ୍ର ଯାଞ୍ଚରୁ ଖସି ଜିବାକୁ ଉଦ୍ୟମ କରି ପୁଲିସ ଏସଆଇଙ୍କୁ ବାଇକଟି ଧକ୍କା ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଏସଆଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବାଇକ୍ ଆରୋହୀଙ୍କୁ ଥାନାରେ ଅଟକ ରଖାଯାଇଛି।



