ବୌଦ୍ଧ : ବୌଦ୍ଧରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ଫେରୁଥିବାବେଳେ ଏକ କାର ଦୁର୍ଘଟଣାର ଶିକାର ହୋଇଥିବାବେଳେ ସେଥିରେ ଥିବା ୭ ଜଣ ଛାତ୍ରୀ ଅଳ୍ପକେ ବର୍ତ୍ତିବା ସହ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କଣ୍ଟାମାଳ ବ୍ଲକ ବିଳାସପୁର ଗ୍ରାମର ୭ ଜଣ ଛାତ୍ରୀ ବୌଦ୍ଧରୁ ମାଟ୍ରିକ ପରୀକ୍ଷା ଦେଇ ଏକ ମାରୁତୀ ଓମିନି କାର(ଓଡି ୧୫ ଇ ୪୦୧୭)ରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଦେଇ ଫେରୁଥିବାବେଳେ ସିଙ୍ଗାରୀ ଛକ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଓଲଟି ପଡିଥିଲା। ସୌଭାଗ୍ୟବଶତଃ ଗାଡିରେ ଥିବା ପରୀକ୍ଷାର୍ଥୀ ଛାତ୍ରୀମାନେ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବାବେଳେ ସେମାନଙ୍କୁ ବାଉଁଶୁଣୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଥିବା ଜଣାଯାଇଛି।
Popular Categories



