www.samajalive.in
Saturday, December 13, 2025
15.1 C
Bhubaneswar

ଶୋଚନୀୟ ରାସ୍ତାରେ ଫସିଲା ଆମ୍ବୁଲାନ୍ସ, ଠେଲି ବାହାର କଲେ ଯୁବକ

ମାଲକାନଗିରି: ଜଣେ ଗର୍ଭବତୀଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଆଣୁଥିବା ବେଳେ ୧୦୨ ଆମ୍ବୁଲାନ୍ସ କାଦୁଅରେ ଫସିଯାଇଥିବା ଦେଖିବାକୁ ମିଳିଛି । ପରେ ସ୍ଥାନୀୟ ଯୁବକମାନେ ଆମ୍ବୁଲାନସକୁ ଠେଲି କାଦୁଅରୁ ଗାଡିକୁ ବାହାର କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା ମାଥିଲି ବ୍ଲକରେ ଦେଖିବାକୁ ମିଳିଛି । ଏହି ବ୍ଲକ ଅନ୍ତର୍ଗତ ସିନ୍ଧାବେଡା ମୁଖ୍ୟରାସ୍ତା ଠାରେ ଚେଡେଙ୍ଗା ପଞ୍ଚାୟତରୁ ଗର୍ଭବତୀ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଆଣୁଥିବା ୧୦୨ ଆମ୍ବୁଲାନ୍ସ ଶୋଚନୀୟ ରାସ୍ତାରେ ଦବି ଯାଇଥିଲା । ବହୁ ଚେଷ୍ଟା ସର୍ତ୍ତେ ମଧ୍ୟ ଶୋଚନୀୟ ରାସ୍ତାରୁ ଗାଡି ବାହାରିପାରୁନଥିଲା । ଗାଡି ଦବି ଯାଇଥିବା ଦେଖି ସିନ୍ଧାବେଡା ଗ୍ରାମର କିଛି ଯୁବକ କାଦୁଅରୁ ଗାଡିକୁ ବାହାର କରିବାକୁ ପ୍ରୟାସ କରିଥିଲେ । ସମସ୍ତେ ଏକାଠି ହୋଇ କାଦୁଅ ଭିତରେ ପଶି ଗାଡିକୁ ପଛପଟୁ ଠେଲିଥିଲେ ଏବଂ କିଛି ସମୟ ପରେ ଆମ୍ବୁଲାନ୍ସ ଦବିଯାଇଥିବା ସ୍ଥାନରୁ ବାହାରିଥିଲା । ପରେ ଗର୍ଭବତୀ ମହିଳାଙ୍କୁ ଆଣି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଏଭଳି ଘଟଣା ପ୍ରଥମ ନୁହେଁ ବାରମ୍ବାର ଅନ୍ୟାନ୍ୟ ଭାରି ଯାନବାହାନ ମଧ୍ୟ ଅନୁରୂପ ଭାବେ ଏହି ରାସ୍ତାରେ ଫସିଯାଉଥିବା ସିନ୍ଧାବେଡା ଗ୍ରାମର ଯୁବକମାନେ ଗଣମାଧ୍ୟମ ସମ୍ଭୁଖରେ ପ୍ରକାଶ କରିଛନ୍ତି । ମାଥିଲିଠାରୁ କାଳିଆଗୁଡା ପର୍ୟ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇପଡିଛି । କାଦୁଅରେ ଲୋକେ ହଇରାଣ ହରକତ ହୋଇପଡୁଛନ୍ତି । ବାରମ୍ବାର ଗଣମାଧ୍ୟମରେ ରାସ୍ତା ମରାମତି ପାଇଁ ଖବର ପ୍ରସାରଣ ହେଉଛି । କିନ୍ତୁ ଜିଲା ପ୍ରଶାସନ ତରଫରୁ ଏହାକୁ ଖାତିର କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ବହୁ ଗୁହାରି କରି ନିରାଶ ହେବା ପରେ ଦାମାପଡା ଗ୍ରାମର ଯୁବକ ସଂଘର ସଦସ୍ୟମାନେ କିଛି ଦୂର ରାସ୍ତାରୁ କାଦୁଅ ବାହାର କରିଥିଲେ । ଏହି ରାସ୍ତା ଦେଇ ମାଥିଲି ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଆଦି ରହିଛି । ପ୍ରତିଦିନ ଛାତ୍ରଛାତ୍ରୀମାନେ ଯାତୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରୁ ମୁକୁଳିବା ପାଇଁ ତଳସାହି ସ୍କୁଲ ଠାରୁ କଲେଜ ପର୍ୟ୍ୟନ୍ତ ୨୦୦ ମିଟର ରାସ୍ତା ଶୁକ୍ରବାର ମାଥିଲି ଉତ୍କଳମଣୀ ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଜାଡିଥିଲେ । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରାଯିବାକୁ ସାଧାରଣରେ ଦାବି ହୋଇଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories