www.samajalive.in
Thursday, December 11, 2025
27.1 C
Bhubaneswar

ଜୀବିତ ଥାଉ ଥାଉ ସୋନାଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ

ମୁମ୍ବଇ : ମହାରାଷ୍ଟ୍ରର ବିଜେପି ବିଧାୟକ ରାମ କଦମ କ୍ୟାନ୍ସର୍‍ ଚିକିତ୍ସାଧୀନ ବଲିଉଡ଼୍‍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଶୁକ୍ରବାର ଟ୍ୱିଟର୍‍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇ ଦେଇଥିଲେ। ଜୀବିତ ଥିବା ସତ୍ତ୍ବେ ସୋନାଲିଙ୍କୁ ବିଧାୟକଙ୍କ ଏହି ଶ୍ରଦ୍ଧାଞ୍ଜଳି ଦେବା ବିଷୟରେ ବହୁତ ଆଲୋଚନା ହୋଇଛି। ଏହାପରେ ସୋନାଲିଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ଗୋଲ୍ଡି ବହଲ ଲୋକମାନଙ୍କୁ ଚେତାଇଥିଲେ ଯେ, ସାମାଜିକ ଗଣମାଧ୍ୟମରେ କିଛି ସେୟାର୍‍ କରିବା ସମୟରେ ଦାୟିତ୍ୱବାନ୍‍ ଓ ସଚେତନ ରହିବା ଆବଶ୍ୟକ। ଗୋଲ୍ଡି ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀ ମାନଙ୍କୁ କହିଛନ୍ତି, ଗୁଜବ ବା ମିଥ୍ୟାଖବର ଗୁଡ଼ିକୁ ବିଶ୍ୱାସ କରନ୍ତୁ ନାହିଁ ଓ ଏଭଳି ଖବର ମଧ୍ୟ ପ୍ରଚାର, ପ୍ରସାର କରନ୍ତୁ ନାହିଁ।
ସୋନାଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବିଧାୟକ ରାମ କଦମ ସଫେଇ ଦେଇ କହିଛନ୍ତି, “ ସୋନାଲି ବେନ୍ଦ୍ରେଙ୍କ ବିଷୟରେ ଏହା ଏକ ମିଥ୍ୟା ଖବର ଥିଲା। ଗତ ଦୁଇ ଦିନ ହେବ ମୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଶୀଘ୍ର ଉନ୍ନତି ପାଇଁ କାମନା କରୁଛି”। ଖବର ଅନୁସାରେ, ବିଧାୟକ ରାମ କଦମଙ୍କୁ ହ୍ୱାଟ୍ସଏପ୍‍ରେ ଏକ ମେସେଜ୍‍ ଆସିଥିଲା। ଯେଉଁଥିରେ ଲେଖାଥିଲା, “ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ବହୁତ ନାଁ କମାଇଥିବା ଓ ସମସ୍ତଙ୍କ ପ୍ରିୟ ସୋନାଲି ବେନ୍ଦ୍ରେ ଆଉ ନାହାନ୍ତି”। ଏହି ଖବରକୁ ବିଧାୟକ ଟ୍ୱିଟର୍‍ରେ ସେୟାର୍‍ କରିଦେଇଥିଲେ, ଏହାସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇ ଦେଇଥିଲେ। ପରେ ସେ ଏହି ଟ୍ୱିଟ୍‍କୁ ଡ଼ିଲିଟ୍‍ କରି ଏହା ଏକ ମିଥ୍ୟା ଖବର ବୋଲି ଲେଖିଥିଲେ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories