www.samajalive.in
Monday, December 8, 2025
13.1 C
Bhubaneswar

ଜାଣନ୍ତୁ, କେଉଁ ଚାଉଳ ଶରୀର ପାଇଁ ହିତକର

ଭାରତରେ ଭାତକୁ ମୁଖ୍ୟ ଖାଦ୍ୟ କୁହାଯାଏ। ଏଥିରେ ଶ୍ବେତସାର ଉଚିତ ପରିମାଣରେ ରହିଛି। ଶ୍ବେତସାର ଶରୀରକୁ କାର୍ଯ୍ୟ କରିବାକୁ ଶକ୍ତି ଦେଇଥାଏ। କିନ୍ତୁ କିଛି ଚାଳଉଳ ରହିଛି ଯାହାକୁ ଭାତ ରୂପେ ପ୍ରସ୍ତୁତ କରି ଖାଇବା ଦ୍ବାରା ଅନେକ ରୋଗ ହୋଇଥାଏ। ଯେଉଁ ଚାଉଳରେ ଆର୍ସେନିକ ନାମକ ତତ୍ତ୍ବ ଅଧିକ ପରିମାଣରେ ଥାଏ ତାହାକୁ ଖାଇବା ଅନୁଚିତ। ତାହା ଶରୀର ପାଇଁ ହାନିକାରକ ଅଟେ। ଆସନ୍ତୁ ଜାଣିବା ସେହି ବିଷୟରେ..

ଆର୍ସେନିକ ଆମ ପରିବେଶରେ ପ୍ରାକୃତିକ ରୂପେ ରହିଛି। ଶରୀରରେ ଆର୍ସେନିକର ମାତ୍ରା ଜମା ହୋଇଗଲେ ତାହା କ୍ଷତି ସୃଷ୍ଟି ହୋଇଥାଏ। ପେଷ୍ଟିସାଇଡ ଓ ଫର୍ଟିଲାଇଜର ଅଧିକ ମାତ୍ରାରେ ଖାଇବା ଦ୍ବାରା ଶରୀରରେ ଆର୍ସେନିକ ସୃଷ୍ଟି ହୋଇଥାଏ। ଏହା ଶରୀର ପାଇଁ ହାନିକାରକ ଅଟେ। ଶରୀରରେ ଏହାର ମାତ୍ରା ଅଧିକ ହୋଇ ଯିବା ଦ୍ବାରା ପେଟ ଦରଜ, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଡାଇରିଆ, ମଧୁମେହ ପରି ସମସ୍ୟା ଦେଖା ଦେଇଥାଏ। ହଜମ ପ୍ରକ୍ରିୟାରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଆର୍ସେନିକ ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ହାନିକାରକ ଅଟେ।

- Advertisement -

କ’ଣ କରିବା ଉଚିତ :

ବ୍ରାଉନ ରାଇସ୍‌ (ମାଟିଆ ଚାଉଳ) ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ ଅଟେ। କିନ୍ତୁ ଧଳା ଚାଉଳ ଅପେକ୍ଷା ଏହି ଚାଉଳରେ ଅଧିକ ଆର୍ସେନିକ ତତ୍ତ୍ବ ରହିଛି। ତେଣୁ ଏପରି କ୍ଷେତ୍ରରେ କମ୍‌ ପେଷ୍ଟିସାଇଡର ବ୍ୟବହାର କରି ଅର୍ଗାନିକ ଚାଉଳର ସେବନ କରନ୍ତୁ। ଏହା ଶରୀର ପାଇଁ ଲାଭଦାୟକ ଅଟେ। ତେଣୁ ଚାଉଳରୁ ଭାତ ପ୍ରସ୍ତୁତ କରିବା ପୂର୍ବରୁ ଚାଉଳକୁ ଗରମ ପାଣି ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଚାଉଳ ଭଲ ଭାବେ ସଫା ହେବା ସହ ଆର୍ସେନିକର ମାତ୍ରା ନଷ୍ଟ ହୋଇଯାଏ। ଶରୀର ସଂସ୍ପର୍ଶକୁ ଆର୍ସେନିକ କମ୍‌ ଆସିଥାଏ।

 

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories