www.samajalive.in
Thursday, December 11, 2025
14.1 C
Bhubaneswar

ଶରୀରର ଫ୍ୟାଟ୍ ଲସ୍ କରିବାରେ ବୈପ୍ଲବିକ ପଦକ୍ଷେପ, ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସରେ ଏମରାଲ୍ଡ ଚିକିତ୍ସା ଆରମ୍ଭ

ଭୁବନେଶ୍ୱର: ଦେହର ଫ୍ୟାଟ୍ ସୁରକ୍ଷିତ ଉପାୟରେ କମାଇବାକୁ ଚାହୁଛନ୍ତି କି । ତେବେ ୟୁବିୟୁ ଆଣିଦେଇଛି ଆପଣମାନଙ୍କ ପାଇ ଏହି ସମସ୍ୟାର ସମାଧାନ । ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସ, ଭୁବନେଶ୍ୱରର ଏକ ଅଗ୍ରଗଣ୍ୟ ସ୍କିନକେୟାର ଏବଂ ସୌନ୍ଦର୍ଯ୍ୟ କ୍ଲିନିକ୍, ଅଣକ୍ଷତିକାରୀ ଫ୍ୟାଟ ହ୍ରାସ କରିବା ଦିଗରେ ଏମରାଲ୍ଡ ପରି ଏକ ନୂଆ କୌଶଳକୁ ପରିଚିତ କରାଇଛି। ଏହି ଚିକିତ୍ସା ଆରମ୍ଭ କରିବାରେ ୟୁବିୟୁ ଓଡ଼ିଶାରେ ପ୍ରଥମ ଏବଂ ଭାରତରେ କେତେକ ଅଗ୍ରଣୀ ସଂସ୍ଥାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏମରାଲ୍ଡ ଫ୍ୟାଟ ଲସ୍ ଟ୍ରିଟମେଣ୍ଟ ହେଉଛି ଏକମାତ୍ର ଏଫଡିଏ ଦ୍ୱାରା ଅନୁମୋଦିତ ଚିକିତ୍ସା ଶୈଳୀ, ଯାହା ୪୦ ବିଏମଆଇ ଉପରେ ରହିଥିବା ବ୍ୟକ୍ତିମାନଙ୍କରେ ବି ଶରୀରର ଫ୍ୟାଟକୁ ହ୍ରାସ କରିବା ଦିଗରେ ସହାୟତା କରେ ଏବଂ ସେଲ୍ୟୁଲାଇଟ୍ କମାଇବାରେ ସମର୍ଥ ଅଟେ।

ପୂର୍ବରୁ ପ୍ରଚଳିତ ଫ୍ୟାଟ ହ୍ରାସ କରିବା ଉପାୟ ଗୁଡିକ, ଯାହା ଫ୍ୟାଟ କଣିକାକୁ ଧ୍ୱଂସ କରିବା ଉପରେ ଧ୍ୟାନ ଦେଇଥାଏ। କିଛି ସମୟରେ ଅସାର ହୋଇପାରେ ଏବଂ ବିପରୀତ ଫଳ ଦେଇପାରେ। କିନ୍ତୁ, ଏମରାଲ୍ଡ ଲେଜର୍ ଅଣକ୍ଷତିକାରୀ ଆଲୋକର ଶକ୍ତିକୁ ବ୍ୟବହାର କରେ । ଯାହା ମାଧ୍ୟମରେ ଶରୀରର ବ୍ୟାଡ ଫ୍ୟାଟ ଲିମ୍ଫାଟିକ୍ ସିଷ୍ଟମ୍ ଦ୍ୱାରା ସ୍ବାଭାବିକ ଭାବରେ ବାହାରକୁ ଯାଏ। ଏମାରାଲ୍ଡ ଫ୍ୟାଟ କଣିକାକୁ ସ୍ୱାଭାବିକ ସ୍ବାସ୍ଥ୍ୟକୁ ଫେରାଇବାକୁ ଏବଂ ଏହାର ହରମୋନ୍ ରିସ୍ପୋନ୍ସକୁ ସୁଧାରିବା ପାଇଁ ଆବଶ୍ୟକ ପ୍ରତିକ୍ରିୟା ସୃଷ୍ଟି କରେ, ଯାହା ଫ୍ୟାଟ୍ ପୁନଉର୍ପାଦନକୁ ଅଟକାଇଥାଏ।

- Advertisement -

ଏହି ନୂତନ କୌଶଳ ଫ୍ୟାଟ୍ କଣିକାକୁ ଧ୍ୱଂସ କରିବା ବଦଳରେ ତାହାକୁ ଶୁଖାଇ ଦିଏ, ଯାହା ବିନା କୌଣସି ପ୍ରତିକୂଳ ପ୍ରଭାବରେ ସ୍ୱାଭାବିକ ଭାବରେ ସେଲ୍ ର ଗୁଣାତ୍ମକ ଉନ୍ନତି କରିଥାଏ। ୟୁବିୟୁର ପ୍ରତିଷ୍ଠାତା ଡା. ସମ୍ପଦା ସେଠିଆ କହିଲେ, “ଆମ ପେସେଣ୍ଟମାନଙ୍କ ପାଇଁ ଏମାରାଲ୍ଡ ଆଣିବା ପାଇଁ ଆମେ ବହୁତ ଆନନ୍ଦିତ। ଏହି ନୂତନ କୌଶଳ ଆମ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଯାହା ଦେହକୁ ସ୍ୱାଭାବିକ ଭାବରେ ନବୀକରଣ କରିବାରେ ଏବଂ ପୁନଉତ୍ପାଦନ କରିବାରେ ସକ୍ଷମ।”

ୟୁବିୟୁ ବ୍ୟକ୍ତିଗତ ଚିକିତ୍ସା ପ୍ରଦାନ କରେ, ଯାହା ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ଚାରିରୁ ଆଠ ସପ୍ତାହରେ ଗୋଟିଏ କିମ୍ବା ଦୁଇଟି ଆବଶ୍ୟକତା ଅନୁଭବ କରେ। ଏହି ପ୍ରକ୍ରିୟା, ଉପର ପେଟ,ଅଣ୍ଟା ଏବଂ ଜଂଘ ଭଳି ସ୍ଥାନରେ ଜମିରହିଥିବା ଫ୍ୟାଟ୍ ଉପରେ ଲକ୍ଷ୍ୟ କରିଥାଏ, ଯାହା କୃତ୍ରିମ ଫ୍ୟାଟ୍ ହ୍ରାସ କରିବାର ଏକ ପ୍ରାକୃତିକ ବିକଳ୍ପ। ଓଡିଶାବାସୀଙ୍କୁ ଏହି ଟ୍ରିଟମେଣ୍ଟ ପାଇଁ ବାହାରକୁ ଯିବାକୁ ପଡିବନି। କମ୍ ମୂଲ୍ୟରେ ୟୁବିୟୁରେ ଏହି ଚିକିତ୍ସା କରାଇପାରିବେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories