www.samajalive.in
Thursday, December 11, 2025
16.1 C
Bhubaneswar

ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ବଦଳିବ ଭିନ୍ନକ୍ଷମ ସଂରକ୍ଷଣ ମାନଦଣ୍ଡ

ନୂଆଦିଲ୍ଳୀ: ଡାକ୍ତରୀ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ଦେବାକୁ ଚାହୁଁଥିବା ଭିନ୍ନକ୍ଷମ ପ୍ରାର୍ଥୀଙ୍କ ସଂରକ୍ଷଣ ଯୋଗ୍ୟତା ମାନଦଣ୍ଡ କୋହଳ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା କରୁଛନ୍ତି। ଏ ସମ୍ପର୍କରେ ଜନମତ ସଂଗ୍ରହ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ୪୦%ରୁ କମ୍‍ ଭିନ୍ନକ୍ଷମ ପ୍ରାର୍ଥୀମାନେ ସଂରକ୍ଷଣ ପାଇଁ ଯୋଗ୍ୟ ବିବେଚିତ ହେଉଥିବା ବେଳେ ଏବେ ସେହି ସୀମାକୁ ୪୦%କୁ ବୃଦ୍ଧି କରାଯାଇଛି। ଅର୍ଥାତ୍‍ ଶରୀରର ୪୦% ଅଂଶ କାମ କରୁନଥିଲେ ମଧ୍ୟ ପ୍ରାର୍ଥୀମାନେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଓ ସଂରକ୍ଷଣ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ୪୦%ରୁ କମ୍‍ ଦୃଷ୍ଟି ଶକ୍ତି ଓ ଶ୍ରବଣ ଶକ୍ତି ବାଧିତ ପ୍ରାର୍ଥୀମାନେ ସଂରକ୍ଷଣ ଆସନରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେମାନେ କିନ୍ତୁ ପ୍ରବେଶିକା ପରୀକ୍ଷା ଦେଇପାରିବେ ଓ ସାଧାରଣ ପ୍ରାର୍ଥୀଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଏହି ବିଜ୍ଞପ୍ତି ଭିନ୍ନକ୍ଷମ ଆଇନର ବିରୁଦ୍ଧାଚରଣ କରୁଥିବା ମାନବାଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି।
ନୂଆ ବିଜ୍ଞପ୍ତିରେ ଚଳପ୍ରଚଳ କରିପାରୁନଥିବା ଭିନ୍ନକ୍ଷମ(ଲୋକୋମୋଟର ଡିଜାବଲ୍‍) ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ କ୍ଷେତ୍ରରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି। ୪୦% ରୁ ୮୦% ଲୋକୋମୋଟର ଡିଜାବଲ୍‍ମାନେ ସଂରକ୍ଷଣ ଦାବି କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅର୍ଥାତ୍‍ ୪୦%ରୁ କମ୍‍ ଲୋକୋମୋଟର ଡିଜାବଲ୍‍ ପ୍ରାର୍ଥୀମାନେ ପ୍ରବେଶିକା ପରୀକ୍ଷା ଦେଇପାରିବେ। କିନ୍ତୁ ସଂରକ୍ଷଣ ଦାବି କରିପାରିବେ ନାହିଁ। ସେହିପରି ୮୦%ରୁ ଅଧିକ ଲୋକୋମୋଟର ଡିଜାବଲ୍‍ମାନେ ସଂରକ୍ଷଣ ଆସନ ପାଇଁ ଦାବି କରିପାରିବେ। କିନ୍ତୁ ପ୍ରବେଶିକା ପରୀକ୍ଷାରେ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ସେମାନଙ୍କୁ ରୋଗୀ ସେବା ପାଇଁ ସାମର୍ଥ୍ୟର ପ୍ରମାଣ ଦେବାକୁ ପଡ଼ିବ। ନୂଆ ବିଜ୍ଞପ୍ତି ପରେ ୨୦୧୯-୨୦ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଫର୍ମ ପୂରଣ ତାରିଖ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବେ ଦେଶରେ ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ୍‍ କଲେଜ୍‍ରେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ୫% ଅର୍ଥାତ୍‍ ୬୦ ହଜାର ଆସନ ସଂରକ୍ଷିତ ରହିଛି। ତେଣୁ ନୂଆ ଆଇନ୍‍ ପ୍ରଣୟନ ପରେ ସଂରକ୍ଷଣ ଆସନ ସଂଖ୍ୟା ବୃଦ୍ଧି ପାଇବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories