ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକରେ ଜିଲ୍ଲା ପରିବହନ ବିଭାଗ ଓ ଅତାବିରା ପୁଲିସଙ୍କ ମିଳିତ ଆନୁକୁଲ୍ୟରେ ୫୩ ନଂ ଜାତୀୟ ରାଜପଥରେ ଯିବାଆସିବା କରୁଥିବା ଯାନବାହନ ଯାଞ୍ଚ କରୁଥିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁଖା ଗ୍ରାମର ପ୍ରହଲ୍ଲାଦ ବେହେରା ନିଜ ବାଇକ୍ ରେ ନିଜ ସ୍ତ୍ରୀ ,ପିଲା ଛୁଆଙ୍କୁ ନେଇ ସମ୍ବଲପୁର ରେଙ୍ଗାଲି ଅଭିମୁଖେ ଯାଉ ଥିଲେ। ଯାଞ୍ଚ ପ୍ରକ୍ରିୟାରେ ପୁଲିସ ଛାଉଣୀକୁ ଦେଖି ଭୟରେ ହଠାତ୍ ଗାଡ଼ିର ବ୍ରେକ ଚାପି ଦେବା ଫଳରେ ସ୍ତ୍ରୀ ଶକୁନ୍ତଳା (୩୫) ଛିଟିକି ପଡ଼ିଥିବା ବେଳେ ଦୁଇ ଝିଅ ଚିତ୍କାର କରି ମାଁ ଉପରେ ପଡ଼ିଯାଇ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଶକୁନ୍ତଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅତାବିରା ପୁଲିସ ଗାଡ଼ିରେ ଅତାବିରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
Popular Categories



