www.samajalive.in
Saturday, December 6, 2025
19.1 C
Bhubaneswar

ବାଲି ମାଫିଆଙ୍କ କବ୍‍ଜାରେ ଝାଉଁ ନଦୀର ବାଲି

ରେଙ୍ଗାଲିକ୍ୟାମ୍ପ : ଅତାବିରା ତହସିଲ ଅଧୀନରେ ୬ଟି ବାଲିଘାଟ ରହିଛି । ଝାଉଁ ନଦୀ ଦ୍ଵାରା ପରିବାହୀତ ହେଉଥିବା ବାଲିଘାଟର ଅନ୍ତର୍ଭୁକ୍ତ ଅଟେ। ଏହି ୬ଟି ଘାଟ  ମଧ୍ୟରୁ କେବଳ ଝିଲିମିଣ୍ଡା ବାଲିଘାଟଟି ନିଲାମ ହୋଇଛି । ଆଉ ଅବଶିଷ୍ଟ ୫ଟି ଘାଟ ନିଲାମ ହୋଇନି। ଏହି ନିଲାମ ହୋଇଥିବା ଘାଟରେ ମଧ୍ୟ ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ଜଣାପଡିଛି। କେତେ ଗଭୀରତା ପର୍ଯ୍ୟନ୍ତ ବାଲି ଉଠାଯିବା କଥା ତାହା  ମଧ୍ୟ  ଚିହ୍ନଟ ହୋଇନାହିଁ।
ଅପର ପକ୍ଷରେ ନିଲାମ ହୋଇନଥିବା ପୋଡବାଡି_ ବୁଗୁବୁଗା  ଝାଇଁ ଜୋର ଫେଆର ୱେଦର୍ ରୁ ବାବେବୀରା  ପର୍ଯ୍ୟନ୍ତ ଦୀର୍ଘ ୫କିମି ରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ସ୍ଥାନରୁ ବାଲି ଉଠାଯାଇଛି । ଯାହାର  ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ ।
ପୋଡବାଡି ଛକରୁ ୫୪ନମ୍ୱର୍ ରାଜ୍ୟ ରାଜପଥ ଦେଇ ଚିପିଲିମା,ବୁର୍ଲା,ସମ୍ବଲପୁର,ଅତାବିରା ,ବରଗଡ଼ ଅଞ୍ଚଳକୁ ବାଲି ଚାଲାଣ  ହେଉଛି। ଏ ନେଇ  ଗଣମାଧ୍ୟମରେ ଖବର ବାହାରିବା ପରେ ତତ୍କାଳୀନ  ତହସିଲଦାର ସୋର୍ଯ୍ଯ ରଞ୍ଜନ ମିଶ୍ର ଧରପଗଡ  କରି ୭୦ ହଜାର  ଟଙ୍କା ଜୋରିମାନା  ଆଦାୟ  କରିଥିଲେ। ଦିନରାତି ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିଲେ ମଧ୍ୟ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା  ଜଣ ସାଧାରଣରେ ଅଭିଯୋଗ ହେଉଛି। ଏହି ବାଲି ମାଫିଆଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ତଥା ସରକାରଙ୍କ ହିତୈଶୀ ସାଜିଥିବା କିଛି ଗଣମାଧ୍ୟମ ର ସାମ୍ବାଦିକ ମାନେ ଏହି ବେଆଇନ ବାଲି ଚୋରା ଚାଲାଣ କୁ ପ୍ରଶାସନ ର ଦୃଷ୍ଟିକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି।  ଗତ କିଛି ଦିନ ତଳେ ଏମିତି ଏକ ଗଣ ମାଧ୍ୟମର ସମ୍ବାଦଦାତା ଙ୍କୁ ଏହି ବାଲି ମାଫିଆ ମାନେ ଜୀବନରେ ମାରିଦେବା ପାଇଁ ଫୋନରେ ଧମକ ଦେଇଥିଲେ। ଏ ନେଇ ସାମ୍ବାଦିକ ଜଣକ ଅତାବିରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରି ନାହିଁ।  ତେଣୁ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
ତେବେ ଅତିଶିଘ୍ର ଏକ ସ୍ବତନ୍ତ୍ର  ଭିଜିଲାନ୍ସ ଦଳ ଗଠନ କରି ବାଲି ଚୋରା ଚାଲାଣ ରେ ଲିପ୍ତଥିବା ସମସ୍ତ ଅଧିକାରୀ ତଥା ବ୍ୟକ୍ତି ବିଶେଷଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ୍ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ରହୁଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories