ଜନ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଜିଲାପରିଷଦ ସଭ୍ୟ
ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲିବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାମର ଅଗ୍ରଗତି ଓ ଜନସ ମସ୍ୟାର ସମାଧାନ ଦିଗରେ ପ୍ରଶାସନର ଶିଥିଳତାରେ ଏବଂ ଅସହଯୋଗ ମନୋଭାବରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ରେଙ୍ଗାଲିବ୍ଲକ ଜୋନ୍(୨) ଜିଲାପରିଷଦ ସଭ୍ୟ ତଥା ସେବା ନିବୃତ୍ତ ସେନାବାହିନୀ ଜବାନ୍ ଦେ ନାରାୟଣ ତିୱାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କୁ ଚିଠି ମାଧ୍ୟମ ରେ ଅବଗତ କରି ଏଥିରେ ହସ୍ତକ୍ଷେପ କରିବାକୁ ଦାବୀ ଜଣାଇଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ ଶ୍ରୀ ତିୱାରୀ ରେଙ୍ଗାଲିବ୍ଲକ ଓ ସମ୍ବଲପୁର ଜିଲାର ବିଭିନ୍ନ ଉନ୍ନୟନ କାମ ଯଥା ଚାଷ ଜମିକୁ ଜଳସେଚନ, ରାସ୍ତାଘାଟ ସମସ୍ୟା, କ୍ୟାପଟିଭ୍ ପୱାର୍ ପ୍ଳାଣ୍ଟ, ସ୍ବାସ୍ଥ୍ୟ ସେବା ର ଉନ୍ନତି ଆଦି କାମ ପାଇଁ ଅନେକଥର ବିଭିନ୍ନ ଫୋରମରେ ଦାବୀ କରିଆସୁଛନ୍ତି । ୨୦୨୩ ଅକ୍ଟୋବର ୧୦ ତାରିଖ ଦିନ ଅନେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେଥିମଧ୍ୟରୁ କିଛି ପ୍ରକଳ୍ପ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଥିବା ଶ୍ରୀ ତିୱାରୀ ତାଙ୍କର ଦାବୀପତ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ବିଭିନ୍ନ ପ୍ରକଳ୍ପ ର ଅଗ୍ରଗତି ନେଇ ଜିଲ୍ଲାପାଳ ଚିଠି ଲେଖିଲେ କି ବୈଠକ ରେ ପ୍ରଶ୍ନ କଲେ ଉତ୍ତର ମିଳୁନାହିଁ ବୋଲି ଶ୍ରୀ ତିୱାରୀ ଅଭିଯୋଗ କରିଛନ୍ତି ।
ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତ ଅଞ୍ଚଳ ର ଚାଷ ଜମି କୁ ମେଗା ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଥିଲେ ମଧ୍ୟ ଫିଜିବିଲିଟି ରିପୋର୍ଟ ଦାଖଲ କରାଯାଇ ନଥିବାରୁ ଜଳସେଚନ ପ୍ରକଳ୍ପ ନେଇ ଅନିଶ୍ଚିତତା ଦେଖାଦେଇଛି। ରାଜ୍ଯ ସରକାର ଙ୍କ ଚିଠି ସଂଖ୍ୟା ୯୩୩୯/ଡବ୍ଳୁଆର୍-ଏଲ୍ ଆଇପିଜି-୦୦୧୩-୨୦୨୪ ଜରିଆ ରେ ତା.୨।୪।୨୦୨୪ ଦିନ ଜଳସମ୍ପଦ ବିଭାଗ ମୁଖ୍ଯ ଯନ୍ତ୍ରୀଙ୍କୁ ମେଗା ଜଳ ସେଚନ ପ୍ରକଳ୍ପ ର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
କିନ୍ତୁ ଏଦିଗରେ କୌଣସି ତତ୍ପରତା ନାହିଁ। ଠିକ୍ ସେହି ପରି ରେଙ୍ଗାଲିବ୍ଲକ ଅଞ୍ଚଳ ରେ ଅନେକ ରାସ୍ତାଘାଟ ଶୋଚନୀୟ ଅବସ୍ଥା ରେ ପଡି ରହିଥିବାରୁ ଏହାର ପୁନଃନିର୍ମାଣ ଓ ମରାମତି କାମ ଯେଭଲି କରାଯିବା କଥା କରାଯାଉ ନଥିବା ସଂକ୍ରାନ୍ତ ରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସମସ୍ୟା ର ସମାଧାନ ହେଉନାହିଁ। ରାସ୍ତାଘାଟ ର ଦୂରାବସ୍ଥା, ଉନ୍ନୟନ କାମ ର ଅଗ୍ରଗତି ସଂକ୍ରାନ୍ତ ରେ ତଥ୍ଯ ପ୍ରଦାନ କରିବାକୁ ଚିଠି ଲେଖିଲେ କିମ୍ବା ବୈଠକ ରେ ପ୍ରଶ୍ନ କଲେ ଜିଲ୍ଲାପାଳ ରାଗି ଯାଉଛନ୍ତି ଓ ଅପମାନିତ କରୁଛନ୍ତି ।
ପ୍ରଶ୍ନର ଉତ୍ତର ମିଳୁ ନାହିଁ। ଜିଲ୍ଲାପରିଷଦ ବୈଠକ ରେ ପ୍ରଶ୍ନ କଲେ ଜିଲ୍ଲାପାଳ ମୋ ଉପରେ ଉତକ୍ଷିପ୍ତ ହୋଇ “ଗେଟ୍ ଆଉଟ୍” ବୈଠକ ରୁ ବାହାରି ଯାଅ ବୋଲି କହି ମୋତେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ବୋଲି ଶ୍ରୀ ତିୱାରୀ ଅଭିଯୋଗ କରିଛନ୍ତି। ଚଳିତ ମାସ ୧୨ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଜିଲ୍ଲାପରିଷଦ ବୈଠକ ରେ ରେଙ୍ଗାଲିବ୍ଲକ ଅଞ୍ଚଳର ଉପରୋକ୍ତ ଉନ୍ନୟନ କାମ ଜନିତ ସମସ୍ୟା ଏବଂ ଅନ୍ୟାନ୍ୟ ଜନ ସମସ୍ୟା ସଂକ୍ରାନ୍ତ ରେ ଜିଲାପାଳଙ୍କୁ ପ୍ରଶ୍ନ କରି ଏହାର ଉତ୍ତର ଦେବାକୁ କହିବାରୁ ଜିଲ୍ଲାପାଳ ଉତକ୍ଷିପ୍ତ ହୋଇ ମୋତେ ଗେଟ୍ ଆଉଟ୍ ବୋଲି କହିଥିଲେ। ମୁଁ ଜଣେ ସେବା ନିବୃତ ସେନାବାହିନୀର ଜବାନ।
ଦେଶ ସୁରକ୍ଷାରେ ନିଜର ଜୀବନକୁ ସମର୍ପିତ କରି ଅବସର ପରେ ଜନସେବା ଓ ନିଜ ଜନ୍ମମାଟିର ବିକାଶ ପାଇଁ ଉତ୍ସର୍ଗୀକୃତ । ମୁଁ ଜିଲାପରିଷଦ ସଭ୍ୟ ନିର୍ବାଚିତ ଜନପ୍ରତିନିଧି ଅଟେ। ଅଞ୍ଚଳର ବିକାଶ ଓ ଜନସମସ୍ୟା ର ସମାଧାନ ମୋର ନୈତିକ କର୍ତ୍ତବ୍ଯ ହୋଇଥିବାରୁ ସରକାର ଓ ପ୍ରଶାସନ ନିକଟରେ ଅଞ୍ଚଳ ର ସମସ୍ୟା ଉତ୍ଥାପନ କରିବାକୁ ମୁଁ ସଙ୍କଳ୍ପବଦ୍ଧ ଅଟେ। ଏଥିପାଇଁ ଲୋକେ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି।
ଜିଲାପରିଷଦ ବୈଠକ ରେ ଅଞ୍ଚଳ ର ଦାବୀ ଉପସ୍ଥାପନ କରିବା ମୋର ଗଣତାନ୍ତ୍ରିକ ଅଧିକାର ହୋଇଥିବା ବେଳେ ଜିଲ୍ଲାପାଳ ମୋତେ ଗେଟ୍ ଆଉଟ୍ କହି ଜିଲାପାଳ ମତେଅ ପମାନିତ ତଥା ଅସମ୍ମାନିତ କରିବା କେତେ ଦୂର ନ୍ୟାୟ ସଙ୍ଗତ ଓ ସମ୍ବିଧାନ ସମ୍ମତ। ଏଦିଗରେ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ତିୱାରୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି।
Comments are closed.