ରେଙ୍ଗାଲି: ରେଙ୍ଗାଲି ବ୍ଲକ ର ଲଇଡା ରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଅନୁସୂଚିତଜାତି ଜନଜାତି ଓ ମହିିିଳା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧକ୍ଷ ଡ.ବସନ୍ତ ନାଏକଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞନର ବିଭାଗୀ ମୁଖ୍ୟ ଅଧ୍ୟାପକ ପଟେଲ ଆଲୋଚନାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଅଧ୍ୟାପକ କୈଳାଶ ବେହେରାଙ୍କ ତତ୍ତ୍ୱବଧାନରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ମlନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ ପଟେଲ, ଅଶୋକ ପ୍ରଧାନ, ଜିତେନ୍ଦ୍ର ପ୍ରସାଦ ସିଂହ, ବିଶ୍ୱନାଥ ପଟେଲ, ଅଧ୍ୟାପିକା ମଧୁମିତl ମିଶ୍ର, ଡ. ଏନ.ଏନ. ପ୍ରଧାନ , କରୁଣାକର ନାଏକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଛାତ୍ରୀ ସନ୍ତୋଷିନୀ ନାଏକ ଏବଂ ନିକିତା କଉଡ଼ି କାର୍ଯ୍ୟକ୍ରମ ସଂଯୋଜନାକ ରିଥିଲେ।



