ରାସ୍ତା କାମରେ ଅନିୟମିତତା ଅଭିଯୋଗ
ରେଙ୍ଗାଲି: ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତ ଅନ୍ର୍ଗତ ମାନିକମୁଣ୍ଡା ଗ୍ରାମରୁ ରୁକିଡିହିକୁ ସଂଯୋଗ କରୁଥିବା ରାସ୍ତାରେ ମହରମ ବିଛାଇବା କାମରେ ଅନିମୟମିତା ତଥା ଜାଲିଆତି କରି ୭୧ ହଜାର ଟଙ୍କା ବିଲ୍ ହୋଇଛି ବୋଲି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ସନ୍ତୋଷିନି ନାଏକ ବିଡିଓଙ୍କ ଠାରେ ଅଭିଯୋଗ କରି ଏହାର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ ୨୦୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧି ଜାତିୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମାନିକମୁଣ୍ଡା-ରୁକିଡିହି ରାସ୍ତା କାମ ପାଇଁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଗାଁ ସାଥୀ ଦିଲ୍ଲିପ ନାଏକଙ୍କ ତତ୍ତ୍ୱାବଧାନରେ ଏହି ରାସ୍ତା କାମ ସମ୍ପନ୍ନ ହୋଇଥିଲା। ଏହି ରାସ୍ତାରେ ମହରମ ବିଛାଇବା କଥା। ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ ମହରମ ପଡ଼ି ନାହିଁ କି ପାଣି ସିଞ୍ଚନ କରଯାଇ ନାହିଁ। କିନ୍ତୁ ଏହି ରାସ୍ତାରେ ମହରମ ବିଛା ଯାଇଥିବା ଦର୍ଶାଇ କେତେକ ଅସାଧୁ କର୍ମଚାରୀ ଏବଂ ଗାଁ ସାଥୀ ମିଶି ପ୍ରଶାନ୍ତ କୁମାର ବଢେଇ ନାମକ ଜନୈକ ଭେଣ୍ଡରଙ୍କ ନାଁ ରେ ୭୧ ହଜାର ଟଙ୍କା ବିଲ୍ ଉଠାଇ ଟଙ୍କା ହଡପ କରିଛନ୍ତି ବୋଲି ସମିତି ସଭ୍ୟା ଶ୍ରୀମତୀ ନାଏକ ଅଭିଯୋଗ କରିଛନ୍ତି। ଏହି ଅନିୟମିତତା ଜଣାପଡ଼ିବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରୁ କିଛି ଦିନ ଆଗରୁ ମାନିକମୁଣ୍ଡା କଟା କାମ ରେ ବାହାରୁଥିବା ମହରମକୁ ଟ୍ରାକ୍ଟରରେ ନେଇ ଉପରୋକ୍ତ ରାସ୍ତାରେ ପକାଯାଉଛି ବୋଲି ଶ୍ରୀମତୀ ନାଏକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ମହରମ କାମ ନକରି ଆଗରୁ କେମତି ବିନା କାମରେ ବିଲ୍ ଟଙ୍କା ଉଠାଇ ନିଆଗଲା ବୋଲି ପ୍ରଶ୍ନ କରି ଏହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
Comments are closed.