www.samajalive.in
Sunday, December 7, 2025
23.1 C
Bhubaneswar

ବର୍ଷା ସାଜିଛି କାଳ, ପାଣିରେ ଭାସୁଛି ସୁନା ଫସଲ

ରେଙ୍ଗାଲି: ଆଶ୍ୱିନ ମାସରେ ବର୍ଷା ଋତୁ ଭଳି ପ୍ରବଳ ବର୍ଷା ଚାଷୀ ମାନଙ୍କ ପାଇଁ କାଳ ସାଜିଛି। ସାଧାରଣତଃ ଜମିରେ ଚାଷ ହୋଇଥିବା ସଅଳ ଅମଳକ୍ଷମ ଧାନ ଆଶ୍ୱିନ ମାସରେ ସମ୍ପୂର୍ଣ୍ଣ ପାକଳ ହୋଇ ଅମଳ ଉପଯୋଗୀ ହୋଇଥାଏ। ବେଣା କିସମ ଜମିର ଧାନ ପାକଳ ଅବସ୍ଥାକୁ ପହଞ୍ଚି ଥିବା ବେଳେ ବାହାଲ କିସମ ଜମିର ଧାନ କ୍ଷୀର ଢୋକି ସାରିଥାଏ। ଧାନ ଚାଷ ପାଇଁ ଏହା ଅତି ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିବାରୁ ଏସମୟରେ ନିୟମିତ ବ୍ୟବଧାନରେ ବର୍ଷା ହେବା ଫଳରେ ଫଳପ୍ରସୂ ଧାନ ଗଛ ମାଟିରେ ଲୋଟି ପାଣିରେ ଭାସୁଛି। କେତେକ ସ୍ଥାନରେ ଧାନ କେଣ୍ଡାରେ ଗଜା ଉଠିଗଲାଣି। ଏଥିଯୋଗୁଁ ଚାଷୀ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳୁଛି। ଅନେକ କ୍ଷୁ୍ଦ୍ର ଏବଂ ନାମମାତ୍ର ଚାଷୀ ଅଦିନିଆ ବର୍ଷା ଯୋଗୁଁ ସର୍ବସ୍ୱାନ୍ତ ହେବା ଭଳି ଅବସ୍ଥାକୁ ପହଞ୍ଚି ଯାଇଥିବାର ଜଣାପଡିଛି
ରେଙ୍ଗାଲି ବ୍ଳକ୍ କିନାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୁନାଡିହି ଗ୍ରାମର ଶ୍ରୀମତ୍ ଡିଲା ଜଣେ କ୍ଷୁଦ୍ର ଚାଷୀ। ଦେଢ ଏକର ଜମିରେ ସେ ଧାନ ଚାଷ କରିଛନ୍ତି। ବିଗତ ଦିନରେ ପ୍ରବଳ ବର୍ଷା ହେବା ଫଳରେ ଏକ ଏକର ଜମି ର ଧାନ ମାଟିରେ ଲୋଟି ପାଣି ରେ ଭିଜୁଛି। ବାକି ଅଧ ଏକର ଧାନଗଛ ଠିଆ ଅବସ୍ଥାରେ ଥିଲେ ମଧ୍ୟ ପୁଣି ଯଦି ବର୍ଷା ହୁଏ ତା’ହେଲେ ଅଧଏକର ଜମିର ଧାନ ଗଛ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ପାଣି ଭିଜୁଥିବା ପାଚିଲା ଧାନ କେଣ୍ଡା ଗଜା ହେବାକୁ ବସିଥିବାରୁ ଧାନକେଣ୍ଡା ସବୁ କାଟି ଆଣି ଖରାରେ ସୁଖାଇ ବାଡିରେ ପିଟି ଅମଳ କରୁଥିବାର ଦେଖିବାକୁ ମିଳୁଛି। ଧାର କରଜ ଆଣି ଚାଷ କରିଥିଲି। ପାଣି ଭିଜି ଧାନ ନଷ୍ଟ ହୋଇଗଲା । ଅମଳ ହେବା ପୂର୍ବରୁ ଦାନ କେଣ୍ଡାରେ ଗଜା ହୋଇ ଗଲାଣି ଏଭଲି ଧାନ ମାର୍କେଟ୍ ରେ ବିକ୍ରି ହେବା ନାହିଁ । ମୁଁ କେମିତି ଋଣ ପରିଶୋଧ କରିବି ବୁଦ୍ଧିବାଟ କିଛି ଦିଶୁ ନାହିଁ ବୋଲି କ୍ଷତିଗ୍ରସ୍ତ ଚାଷୀ ଶ୍ରୀମତ୍ ଡିଲା ନିରାଶା ବ୍ୟକ୍ତ କରିଛନ୍ତି। ଠିକ୍ ସେହିପରି କିନାଲୋଇ ଗ୍ରାମ ର ପ୍ରଶାନ୍ତ ମିଶ୍ର ନାମକ ଜନୈକ ଚାଷୀ ଙ୍କ ମାତ୍ର ୪ଏକର ଜମି। ୪ଏକର ଜମି ମଧ୍ୟରୁ ପ୍ରବଳ ବର୍ଷାରେ ଦୁଇ ଏକର ଜମିରେ ଧାନ ଫସଳ ମାଟିରେ ଲୋଟି ଗତ ଏକ ସପ୍ତାହ ହେଲା ପାଣିରେ ଭାସୁଛି। କ୍ଷେତରେ ପ୍ରଚୁର ପରିମାଣର ପାଣି ଥିବାରୁ ପାଣିରେ ଭାସୁଥିବା ଫସଲ ସମ୍ପର୍ଣ୍ଣ ଭାବରେ ପଚି ଶଢି ନଷ୍ଟ ହୋଇଯିବାରୁ ଦୁଇ ଏକର ଜମିର ଧାନ ଅମଳ ଯୋଗ୍ୟ ହେବା ଆଉ ଆଶା ନାହିଁ । ଶ୍ରୀ ମିଶ୍ର ଅଦିନିଆ ବର୍ଷା ଯୋଗୁଁ ଘୋର କ୍ଷତିର ସମ୍ମୁଖୀନ ହୋଇ ହତାଶ ହୋଇ ପଡିଛନ୍ତି। ଗୋଟିଏ ପଟେ ବ୍ୟୟ ବହୁଳ ଚାଷ କରିବା କଷ୍ଟସାଧ୍ୟ ହେଉଥିବା ବେଳେ କାଳ ସଦୃଶ ଅଦିନିଆ ବର୍ଷା ମାଡି ଆସି ସବୁ ସତ୍ୟାନାଶ କରିଦେଲା ବୋଲି ପ୍ରଶାନ୍ତ ମିଶ୍ର କ୍ଷୋଭ ବ୍ୟକ୍ତ କରିଛନ୍ତି। ଶ୍ରୀମତ୍ ଡିଲା ଏବଂ ପ୍ରଶାନ୍ତ ମିଶ୍ରଙ୍କ ଭଳି ଅସଂଖ୍ୟ ଚାଷୀ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡିଛି। ରାଜ୍ୟ ସରକାର ଏହି ସମସ୍ୟାକୁ ଗମ୍ଭିରତାର ସହିତ ଗ୍ରହଣ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବୀ ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories