www.samajalive.in
Monday, December 8, 2025
13.1 C
Bhubaneswar

ଗୁଜୁରାଟୀ ବସ୍ତି ବାସିନ୍ଦାଙ୍କୁ ରିଲିଫ ବଣ୍ଟନ

ସମାଜ ପୋର୍ଟାଲ ଡେସ୍କ: କଟକ ନେତାଜୀ ନଗର ଘାଟକୂଳ ସ୍ଥିତ ଗୁଜୁରାଟୀ ବସ୍ତି ବାସିନ୍ଦା ଏବଂ ବୟାଳିଶି ମୌଜା ସ୍ଥିତ ଝିଙ୍କିରିଆ ସୁନାରୀ ମଜୁରିଆ ଏବଂ ବାସନ ବିକାଳୀ ବସ୍ତିରେ ଗୁଜ୍ଜର ଭାରତୀ ସୋସାଇଟି ଅଫ ଗୁଜୁରାଟୀ ମଜୁରିଆ ଏବଂ ଦୃଷ୍ଟି ପକ୍ଷରୁ ୮୫ଟି ପରିବାରକୁ କରୋନା ପ୍ରତିରୋଧ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି। ସ୍ଥାନୀୟ ମଧୁପାଟଣା ଏବଂ ସଦର ଥାନାଧିକାରୀମାନଙ୍କ ଉପସ୍ଥିତିରେ ଏହି ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟ କରାଯାଇଥିଲା।

ଗୁଜୁରାଟୀ ସମାଜ ପକ୍ଷରୁ ଦୀନେଶ ପାରେଖ, ମେହୁଲ ଭାଇ ମେହଟ୍ଟା, ନିଶିଥ ଗାନ୍ଧୀ, ଅଶ୍ୱନୀ ସୋନି, ରୁପେଶ ଯୋଶୀ ଓ ଦୃଷ୍ଟି ପକ୍ଷରୁ ଆଇନଜୀବୀ ତଥା ବିଶିଷ୍ଟ ସମାଜସେବୀ ପ୍ରଦୀପ ପଟ୍ଟନାୟକ ଏହି କାର୍ଯ୍ୟରେ ସହଯୋଗ କରିବା ସହ କରୋନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ସମସ୍ତ ପ୍ରକାର ଉତ୍ସବ ଓ ବନ୍ଧୁମିଳନ ଠାରୁ ଦୁରେଇ ରହିବା, ସାମାଜିକ ବ୍ୟବଧାନକୁ ମାନିବା ଏବଂ ପରିବେଶ ପରିସ୍କାର ପରିଚ୍ଛନ ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories