www.samajalive.in
Monday, December 8, 2025
27.1 C
Bhubaneswar

ମୁମ୍ବାଇର ୫୩ ସାମ୍ବାଦିକ କରୋନା ସଂକ୍ରମିତ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ଶୀର୍ଷରେ । ରାଜ୍ୟ ସରକାର ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସ୍ଥିତିରେ ମହାରାଷ୍ଟ୍ରରେ ୫୩ ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।  ଫାଷ୍ଟପୋଷ୍ଟ ପକ୍ଷରୁ ପ୍ରକାଶିତ ଖବରରେ ରାଜ୍ୟର ୫୩ ଜଣ ସାମ୍ବାଦିକଙ୍କ ନମୁନା ପଜିଟିଭ୍ ବାହାରିଛି ବୋଲି ଉଲ୍ଲେଖ ରହିଛି । ସୂଚନା ଅନୁସାରେ ୧୭୧ ଜଣ ସାମ୍ବାଦିକଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୫୩ଟି ନମୁନା ପଜିଟିଭ୍ ରହିଛି। । ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଫଟୋ ଓ ଭିଡ଼ିଓ ଜର୍ଣ୍ଣାଲିଷ୍ଟ । କିଛି ରିପୋର୍ଟର ମଧ୍ୟ ଏହି ୫୩ ଜଣଙ୍କ ମଧ୍ୟରେ ରହିଥିବା ଜଣାପଡ଼ିଛି । ତାମିଲ ପତ୍ରିକା ‘ଦିନମଣି’ରେ ମଧ୍ୟ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories