www.samajalive.in
Saturday, December 6, 2025
26.1 C
Bhubaneswar

ହଜାର ହଜାର ପିଲାଙ୍କ ପାଇଁ ପାର୍ବଣର ଆନନ୍ଦ ଆଣିଦେଲା ରିଲାଏନ୍ସ ଫାଉଣ୍ଡେସନ

ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଥିବା ଏବଂ ଉତ୍ସବ ପାଳନର ଆଗ୍ରହ ସର୍ବତ୍ର ପରିଲକ୍ଷିତ ହେଉଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ପାର୍ବଣର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି । ଭୁବନେଶ୍ୱର ସମେତ ଦେଶର ୧୧ଟି ସହରରେ ୨୬ଟି ଏନଜିଓ ସହଭାଗିତାରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୫୦୦୦ ପିଲାଙ୍କୁ ଏହା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଗୁଡିଜ୍‍ ବ୍ୟାଗ୍‍ ଏବଂ ଉପହାର ବଣ୍ଟନ କରିଛି । ଏହି ଶିକ୍ଷଣୀୟ ଗୁଡିଜ୍‍ ବ୍ୟାଗରେ ପାଠ୍ୟ ଉପକରଣ, ମାନଓ ମନ୍ଥନକାରୀ ଖେଳ, ମଡୁଲାର ହୁଲା ହୁପ୍‍, ଖେଳନା ଡୋ ଏବଂ କିଛି ଚକୋଲେଟ ରହିଛି । ଉକ୍ତ ଉପହାର ବ୍ୟାଗରେ ମଧ୍ୟ ପିଲାଙ୍କ ପାଇଁ କୋଭିଡରୁ ସୁରକ୍ଷା ପ୍ରଦାନ କରୁଥିବା ସାନିଟାଇଜର ଏବଂ ମାସ୍କ ରହିଛି । ଏହି ପ୍ରୟାସର ଅଂଶସ୍ୱରୂପ ଭୁବନେଶ୍ୱରରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୬୦୦ ପିଲାଙ୍କୁ ତିନିଟି ସହଭାଗୀ ଏନଜିଓ ଯଥା- ଅଙ୍କୁର ଫାଉଣ୍ଡେସନ, ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ ଏବଂ ପରିବର୍ତ୍ତନ ସହଯୋଗରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଗୁଡିଜ୍‍ ବ୍ୟାଗ ଏବଂ ଉପହାର ବଣ୍ଟନ କରାଯାଇଥିଲା । ଏନଜିଓ ସହଯୋଗୀମାନେ ଭୁବନେଶ୍ୱରରେ ସାଲିଆ ସାହି, ବାଣୀବିହାର ନିକଟ ବିଶେଶ୍ୱର ବସ୍ତି, ୟୁନିଟ ୯ ନିକଟ ମା ଭଗବତୀ ବସ୍ତି, ପୁନାମା ଗେଟ୍‍ ନିକଟ କେଳା ସାହି, ସୁନ୍ଦରପଦା ନିକଟ ଭୋଇ ସାହି ବସ୍ତି ଏବଂ ମଞ୍ଚେଶ୍ୱର ନିକଟ ଧିରିକୁଟି ବସ୍ତିତ ସମେତ ବିଭିନ୍ନ ବସ୍ତି ଅଞ୍ଚଳରେ ଅବହେଳିତ ବର୍ଗର ପିଲାମାନଙ୍କୁ ଏହି ଗୁଡିଜ୍‍ ବ୍ୟାଗ ଏବଂ ଉପହାର ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନ ତାହାର କୋଭିଡ ସୁରକ୍ଷା ଅଭିଯାନର ଅଂଶବିଶେଷ ଭାବରେ କୋଭିଡ୧୯ ନିରାପତ୍ତା ନିୟମାବଳୀ ପାଳନ କରିବାକୁ ନିରନ୍ତର ଭାବରେ ପ୍ରାଧାନ୍ୟ ଦେବା ସହିତ ପୂର୍ବରୁ ନିଜର ଏନଜିଓ ସହଯୋଗୀ, କୃଷକ ଉତ୍ପାଦନକାରୀ କମ୍ପାନୀସମୂହ, ପୌର କାର୍ଯ୍ୟାଳୟ ଏବଂ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟଗୁଡିକ ଜରିଆରେ ଓଡ଼ିଶାର ୨୫ଟି ଜିଲାରେ ୧୦ ଲକ୍ଷରୁ ଅଧିକ ମାସ୍କ ଯୋଗାଇ ଦେଇସାରିଛି । ଏହା ମଧ୍ୟ ଏନଜିଓ ସହଯୋଗୀମାନଙ୍କ ସହିତ ମିଶି ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ପୁରୀ ଓ କୋରାପୁଟ ଜିଲାରେ ୭୦ରୁ ୧୦ ବର୍ଷ ବୟସର ପିଲାଙ୍କ ମଧ୍ୟରେ ପ୍ରାୟ ୫୦,୦୦୦ ମାସ୍କ ବଣ୍ଟନ କରିଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories