ସ୍ୱର୍ଗତ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ, ସୁରକ୍ଷା କର୍ମଚାରୀଙ୍କୁ ଜେରା

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ରୋଷେୟା ମୃତ୍ୟୁର ପୁଣି ଖୋଳତାଡ଼ କରାଯାଇଛି। ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ ହୋଇଛି। ପ୍ରଥମେ ଏତଲା ଦେଇଥିବା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୁରକ୍ଷା କର୍ମଚାରୀଙ୍କୁ ଜେରା କରାଯାଇଛି। ସୁରକ୍ଷା କର୍ମଚାରୀ ହେମସାଗର ନାଏକଙ୍କୁ ତଦନ୍ତ ଅଧିକାରୀ ଜେରା କରିଛନ୍ତି। ଘଟଣାଦିନର ଲିଖିତ ଅଭିଯୋଗ ସମ୍ପର୍କରେ ହେମସାଗର କହିପାରିନଥିଲେ ବୋଲି ଜଣାପଡ଼ିଛି। ତଦନ୍ତ ଅଧିକାରୀଙ୍କ ଜେରା ସମୟରେ ହେମସାଗରଙ୍କ କଥାରେ ତାଳମେଳ ରହୁନଥିବା ସୂଚନା ମିଳିଛି। ହେମସାଗରଙ୍କ ବୟାନ ଆଧାରରେ ଶନିବାର ଆଉ କିଛି ଲୋକଙ୍କୁ ଜେରା ହୋଇପାରେ ବୋଲି ଜଣାପଡ଼ିଛି।
ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ପୁନଃତଦନ୍ତ ପାଇଁ ଉତ୍ତରାଞ୍ଚଳ ଆଇଜିଙ୍କୁ ଡିଜିପି ନିର୍ଦେଶ ଦେଇଥିଲେ। ନିର୍ଦେଶ ପାଇବା ପରେ ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପୁନଃତଦନ୍ତ ଆରମ୍ଭ ହୋଇଥିଲା ଏବଂ ତଦନ୍ତରେ ତ୍ରୁଟି ରହିଛି ବୋଲି ଉତ୍ତରାଞ୍ଚଳ ଆଇଜି ଜାଣିପାରିଥିଲେ।
ତେଣୁ ଏସପିଙ୍କୁ ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପୁନଃତଦନ୍ତ ପାଇଁ ଉତ୍ତରାଞ୍ଚଳ ଆଇଜି ନିର୍ଦେଶ ଦେଇଥିଲେ। ଇନଭେଷ୍ଟିଗେଟିଂ ଅଫିସର(ଆଇଓ) ପରିବର୍ତ୍ତନ କରି ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ କରାଯାଇଛି। ଇନ୍ସପେକ୍ଟର ରାଙ୍କର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଉଥିବାବେଳେ ଆଇଜି ଏବଂ ଏସପି ଏହି ତଦନ୍ତ ପ୍ରକ୍ରିୟାର ମନିଟର କରୁଛନ୍ତି।
ଲଳିତଙ୍କ ବାପା ପୁଅର ସନ୍ଦେହଜନକ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଡିଜିପିଙ୍କୁ ଚିଠି ଲେଖିଥିଲେ। ଏହା ସହିତ ପୁଅ ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପୁନଃତଦନ୍ତ ପାଇଁ ଡିଜିପିଙ୍କ ନିକଟରେ ଦାବି କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ୨୦୨୨ରେ ଲଳିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।
Comments are closed.