www.samajalive.in
Monday, December 8, 2025
24.1 C
Bhubaneswar

ରେଡ୍‌ମିର ନୂଆ ୫ଜି ଫୋନ୍‌‌ ହେଲା ଲଞ୍ଚ୍‌‌; କମ୍‌‌ ଦାମ୍‌ରେ ମିଳିବ ୬୪ଏମପି କ୍ୟାମେରା ଓ ୫୦୮୦ଏମଏଏଚ ବ୍ୟାଟେରୀ

ଡେସ୍କ: ସାଓମି(Xiaomi) ରେଡ୍‌‌ମି(Redmi) ବ୍ରାଣ୍ଡର ନୂଆ ୫ଜି ଫୋନ୍‌‌ ଲଞ୍ଚ୍‌‌ କରିଛି। ରେଡ୍‌‌ମି ନୋଟ୍‌‌ ୧୨ଟି ପ୍ରୋ ୫ଜି(Redmi Note 12T Pro 5G)ର ୪ଟି ଭିନ୍ନ ପ୍ରକାର ଲଞ୍ଚ୍‌‌ ହୋଇଛି। ଗତ ବର୍ଷ ଲଞ୍ଚ୍‌‌ ହୋଇଥିବା ରେଡ୍‌‌ମି ନୋଟ୍‌‌ ୧୧ଟି ପ୍ରୋ ୫ଜି(Redmi Note 11T Pro 5G)ର ପରବର୍ତ୍ତୀ ପିଢି ଭାବେ ବ୍ରାଣ୍ଡ୍‌‌ ଏହି ଫୋନ୍‌‌କୁ ଲଞ୍ଚ୍‌‌ କରିଛି। ଏଥିରେ ୬୪ଏମପି କ୍ୟାମେରା ଓ ୫୦୮୦ଏମଏଏଚ ବ୍ୟାଟେରୀ ରହିଛି।

ସ୍ମାର୍ଟଫୋନ୍‌‌ ମିଡିଆ ଟେକ୍‌‌ ଡାଇମେନସିଟି ୮୨୦୦ ଅଲ୍ଟ୍ରା ପ୍ରୋସେସରରେ କାମ କରେ। ବ୍ରାଣ୍ଡ ପକ୍ଷରୁ ଏଥିରେ ଭିସି ଲିକ୍ୱିଡ଼୍‌‌ କୁଲିଂ ବ୍ୟବସ୍ଥା ମଧ୍ୟ ଦିଆଯାଇଛି। ଏହି ଫୋନ୍‌‌ ଏବେ ଚୀନ୍‌‌ରେ ଲଞ୍ଚ୍‌‌ ହୋଇଛି। କମ୍ପାନୀ ଖୁବଶୀଘ୍ର ଏହାକୁ ଅନ୍ୟ ବଜାରରେ ମଧ୍ୟ ଲଞ୍ଚ୍‌‌ କରିପାରେ। ଆସନ୍ତୁ ଜାଣିବା ଏହି ଫୋନ୍‌‌ ବିଷୟରେ..

- Advertisement -

ରେଡ୍‌‌ମି ନୋଟ୍‌‌ ୧୨ଟି ପ୍ରୋ ୫ଜିର ଦାମ୍‌‌:

ଏହି ଫୋନ୍‌‌ର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧୯ ହଜାର ଟଙ୍କା ରହିଛି। ୮ଜିବି ରାମ୍‌‌(RAM)+ ୧୨୮ ଜିବି ଷ୍ଟୋରେଜ୍‌‌ ଭାରିଏଣ୍ଟ ଫୋନର ଦାମ୍‌‌ ୧୯ ହଜାର ଟଙ୍କା। ନୋଟ୍‌‌ ୧୨ଟି ପ୍ରୋର ୮ ଜିବି ରାମ୍‌‌(RAM)+୨୫୬ ଜିବି ଷ୍ଟୋରେଜ୍‌‌ ଭାରିଏଣ୍ଟର ଦାମ୍‌‌ ପ୍ରାୟ ୨୦ ହଜାର ଟଙ୍କା ରହିଛି। ସେହିପରି ୧୨ଜିବି ରାମ୍‌‌(RAM)+୨୫୬ ଜିବି ଷ୍ଟୋରେଜ ଭାରିଏଣ୍ଟର ମୂଲ୍ୟ ପ୍ରାୟ ୨୧ ହଜାର ଟଙ୍କା। ୧୨ ଜିବି ରାମ୍‌‌(RAM)+୫୧୨ଜିବି ଷ୍ଟୋରେଜ୍‌‌ ଭାରିଏଣ୍ଟର ମୂଲ୍ୟ ପ୍ରାୟ ୨୩,୩୦୦ ଟଙ୍କା ରହିଛି। ତିନୋଟି ରଙ୍ଗରେ ଏହି ଫୋନ୍‌‌ ଲଞ୍ଚ୍‌‌ ହୋଇଛି। କାର୍ବନ ବ୍ଲାକ, ଆଇସ ଫଗ୍‌‌ ହ୍ୱାଇଟ୍‌‌ ଓ ବ୍ଲ୍ୟୁ ରଙ୍ଗର ଫୋନ୍‌‌ ଉପଲବ୍ଧ।

କ’ଣ ରହିଛି ବିଶେଷତ୍ୱ:

ରେଡ୍‌‌ମି ନୋଟ୍‌‌ ୧୨ଟି ପ୍ରୋରେ ୬.୬ ଇଞ୍ଚର ଡିସ୍‌‌ପ୍ଲେ ରହିଛି। ସ୍ମାର୍ଟଫୋନ୍‌‌ ମିଡିଆ ଟେକ୍‌‌ ଡାଇମେନସିଟି ୮୨୦୦ ଅଲ୍ଟ୍ରା ପ୍ରୋସେସର ରହିଛି। ଏଥିରେ ଭିସି ଲିକ୍ୱିଡ଼୍‌‌ କୁଲିଂ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଫୋନ୍‌‌ରେ ଟ୍ରିପଲ୍‌‌ ରିୟର କ୍ୟାମେରା ସେଟ୍‌‌ଅପ୍‌‌ ରହିଛି, ଯାହାର ମୁଖ୍ୟ ଲେନ୍ସ ୬୪ଏମପି। ଏହା ବ୍ୟତୀତ ୮ଏମପିର ଅଲ୍ଟ୍ରା ୱାଇଡ୍‌‌ ଏଙ୍ଗଲ ଲେନ୍ସ ଓ ୨ ଏମପିର ମାକ୍ରୋ ଲେନ୍ସ ମିଳିବ। ଆଗରେ ୧୬ଏମପି ସେଲ୍‌ଫି କ୍ୟାମେରା ଦିଆଯାଇଛି।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories