www.samajalive.in
Monday, December 8, 2025
24.1 C
Bhubaneswar

ଦୁର୍ଘଟଣାର ରୂପ ଦେଇ ମଦ ଚୋରି: ୩ ଗିରଫ, ୨୨୩ ପ୍ୟାକେଟ ମଦ ଜବତ

ରେଢ଼ାଖୋଲ: ଦୁର୍ଘଟଣାର ରୂପ ଦେଇ ମଦ ଚୋରି ଅଭିଯୋଗ ହୋଇଛି। ଟ୍ରକ ମାଲିକ ଏବଂ ଡ୍ରାଇଭର ସହ ଜଣେ ସହଯୋଗୀ ଗିରଫ ହୋଇଥିବା ସୂଚନା ମିଳିଛି। ଗତ ୩୦ ତାରିଖରେ ଏକ ମଦ ବୋଝେଇ ଟ୍ରକ ଢେଙ୍କାନାଳରୁ ସମ୍ବଲପୁର ଡିପୋକୁ ଆସୁଥିଲା।  ମୁଚିିବାହାଲ ନିକଟରେ ଦୁର୍ଘଟଣାର ରୂପ ଦେଇ ଏହି ୩ଜଣ ମଦ ବୋହି ନେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକକୁ ଜବତ ସହ ଛାନଭିନ ଆରମ୍ଭ କରିଥିଲା। ଏହାପରେ ପୁଲିସ ସୁବର୍ଣ୍ଣପୁର ବୀରମହାରାଜପୁରରୁ ୨୨୩ ପ୍ୟାକେଟ ମଦ ଜବତ କରିବାରେ ସଫଳ ହୋଇଥିଲା। ଦୁର୍ଘଟଣା ରୂପ ଦେଇ ମଦ ଚୋରି ଅଭିଯୋଗରେ ପୁଲିସ ୩ ଜଣକୁ ଗିରଫ କରିଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories