www.samajalive.in
Sunday, December 7, 2025
23.1 C
Bhubaneswar

କୂଅରୁ କୃଷ୍ଣସାର ମୃଗ ଉଦ୍ଧାର

ଗଞ୍ଜାମ : ଖଲ୍ଲିକୋଟ ରେଞ୍ଜ ଅଧିନସ୍ଥ ଗଞ୍ଜାମ ବ୍ଲକର କୁଜିଢେପା ଗ୍ରାମରେ କୂଅରୁ ଗୋଟିଏ କୃଷ୍ଣସାର ମୃଗ ଉଦ୍ଧାର କରାଯାଇଛି l କୃଷ୍ଣସାର ମୃଗକୁ ଉଦ୍ଧାର ପରେ ଗ୍ରାମବାସୀମାନେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।
ଦୁଇଟି କୃଷ୍ଣସାର ମୃଗ ମା ଓ ଛୁଆ ଉକ୍ତ ଗ୍ରାମର ବାଡ଼ି ପଟେ ଆସୁଥିବା ବେଳେହଟାତ କୁକୁର ଦଳ ହାବୁଡ଼ରେ ପଡିଯାଇଥିଲେ। କୁକୁର ଦଳ ଉଭୟ ମୃଗକୁ ଗୋଡ଼ାଇବା ସମୟରେ ମା ମୃଗଟି ଜଙ୍ଗଲ ମଧ୍ୟକୁ ଦୌଡ଼ି ଚାଲିଯାଇଥିବା ବେଳେ ଛୁଆଟି କୂଅ ମଧ୍ୟରେ ପଡିଯାଇଥିଲା। ଏହା ଦେଖି ବିଜେଡି ନେତା ଉମା ଜେନା, ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ପଶୁ ଡାକ୍ତର ନିରଞ୍ଜନ ପ୍ରଧାନ, ରବିନ୍ଦ୍ର ଜେନା, ପ୍ରମୋଦ ସ୍ୱାଇଁ, ମଣ୍ଟୁ ଜେନା, କାମ୍ବର ମାଝୀ କାମେରାଜୁ ପ୍ରଧାନ ପ୍ରମୁଖ ଗ୍ରାମବାସୀ ମୃଗଟିକୁ କୂଅ ମଧ୍ୟରୁ ଉଦ୍ଧାର କରିଥିଲେ l ପରେ ଚିକିତ୍ସା କରାଇବା ସହ ବନବିଭାଗକୁ ଖବର ଦେଇଥିଲେ। ଲକ୍ଷ୍ମୀ ଗୌଡ଼ ଓ ସନ୍ତୋଷ ତରାଇ ବନ କର୍ମଚାରୀଙ୍କୁ ମୃଗଟିକୁ ହସ୍ତାନ୍ତର କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories