www.samajalive.in
Thursday, December 11, 2025
15.1 C
Bhubaneswar

ରେଡ୍ ସ୍ବସ୍ତିକ ସୋସାଇଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର :ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ କରାଯାଇଛି। ଜାତୀୟ ସ୍ତରରେ କ୍ଷ୍ୟାତି ସମ୍ପର୍ଣ ଏହି ସମାଜସେବା ପ୍ରତିଷ୍ଠାନ ପକ୍ଷ୍ୟରୁ ପ୍ରଥମ ଥର ପାଇ ଓଡିଶାରେ ୪୦ ଜଣ ଭିନ୍ନକ୍ଷମ ମହିଳାଙ୍କୁ ବୈଦୁତିକ ହାତ ଯୋଗାଇଦିଆଯାଇଛି। ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଓ ଇନାଲି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚାଟାର୍ଡ ଆକାଉଟାଣ୍ଟ୍ ରାଜୀବ ସାହୁ, ଚାଟାର୍ଡ ଆକାଉଟାଣ୍ଟ ଶରତ ଚନ୍ଦ୍ର ଭଦ୍ରା, ଆଲୋକ ପାଲ୍(ନିର୍ଦେଶକ, ମାନବ ସମ୍ବଳ,ଓଡିଶା ମାଇନିଂ କର୍ପୋରେସନ), ତପନ ମହାନ୍ତି(ପରିଚାଳନା ନିର୍ଦେଶକ,ଜେଡ୍ ଇଷ୍ଟେଟ୍), ଶ୍ରୀମତି ନମ୍ରତା ଚଢା(ପୂର୍ବତନ ସଦସ୍ୟା, ରାଜ୍ୟ ମହିଳା କମିସନ୍) ଓ ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ଅଧ୍ୟକ୍ଷ ବିଜୟ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଏମ୍ସି ପକ୍ଷରୁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଇଛି।ଓଡିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସୂଚନା ଓ ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ର ସହଯୋଗରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭିନ୍ନକ୍ଷମ ମହିଳାଙ୍କ ତଥ୍ୟ ସଂଗ୍ରହ କରାଯାଇଛି। ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ରାଜ୍ୟରେ ଭିନ୍ନକ୍ଷମ ମାନଙ୍କ ଉନ୍ନତିକରଣ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ଓ ଆଗକୁ ନିଆଯିବ ବୋଲି ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ସଚିବ ଦେବାଶିସ୍ ପଟ୍ଟନାୟକ କହିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମିହିଳା ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶ୍ରୀମତି ସମୀକ୍ଷା ପଟ୍ଟନାୟକ(ଖେଳ ସାମ୍ବାଦିକା), ଜୈବ ବିବିଧତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ ନିମନ୍ତେ ଶ୍ରୀମତି ସଧ୍ବିି ସିନ୍ଦୁରା,ଶିକ୍ଷକ ଓପ୍ରକ୍ଷ୍ୟାତ ଲେଖିକା ଶ୍ରୀମତି ଆଶାଲତା ଦାଶ, ଅର୍ଜୁନ ପୁରସ୍କାର ପ୍ରାପ୍ତ ଶ୍ରୀମତି ମିନତି ମହାପାତ୍ର ,ଶ୍ରୀମତି ରେବତୀ ପୃଷ୍ଟି,ଉଦ୍ୟୋଗୀ ତଥା ସଂମ୍ପାଦିକା ଅନ୍ନପୂର୍ଣା ଦାଶ ,ଗୀତିକାର ସୁସ୍ମିତା ଦାସ୍ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସୁନାମଧନ୍ୟ ଗୀତିକାରଙ୍କ ଦ୍ବାରା ସଂଗିତ ପରିବେଷଣ କରାଯିବା ସହ ଭିନ୍ନକ୍ଷମ କୁନି ପ୍ରତିଭା ଦିବ୍ୟଜ୍ୟୋତି ମହାପାତ୍ର ଦ୍ବାରା କଳା ପରିବେଷଣ ଓ ପ୍ରଖ୍ୟାକ କଥାକାର ପ୍ରାଚିତାରାଙ୍କ ଦ୍ବାରା ଭିନ୍ନକ୍ଷମ ଙ୍କ ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା ଯାହା ଅତି ହୃଦୟସ୍ପର୍ଷୀ ଥିଲା। ଏହି ଅବସରରେ ରେଡ୍ ସ୍ବସ୍ତିକ ସୋସାଇଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories