www.samajalive.in
Monday, December 8, 2025
27.1 C
Bhubaneswar

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୨୬୯ ପଦକ ପାଇଁ ଅର୍ଥରାଶି ପୁରସ୍କାର

ଭୁବନେଶ୍ୱର: ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଅର୍ଥରାଶି ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିରେ ୨୬୯ ପଦକ ପାଇଁ କୃତ୍ତି କ୍ରୀଡ଼ାବିତଙ୍କୁ ମୋଟ ୫୬ ଲକ୍ଷ ୯୩ ହଜାର ଟଙ୍କାର ପୁରସ୍କାର ରାଶି ପ୍ରାଦନ କରାଯାଇଛି।

କଳିଙ୍ଗ ଷ୍ଟାଡ଼ିୟମ ସ୍ଥିତ ଟେନିସ ସେଣ୍ଟର ଅଡ଼ିଟୋରିୟମ୍ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ହକି ପ୍ରମୋସନ କାଉନସିଲ ଅଫ ଓଡ଼ିଶାର ଅଧକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କ୍ରୀଡ଼ାବିତ ମାନଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଆଥଲେଟିକ୍ସ, ସ୍ବିମିଙ୍ଗ, ରଗବୀ, ହକି, ବ୍ୟାଡ଼ମିଣ୍ଟନ, ଟେନିସ, ଭାରତ୍ତୋଳନ, ଭଲ୍ଲିବଲ, ବିଚ ଭଲ୍ଲିବଲ, ସୁଟିଂ, ଯୋଗାସନ ଏବଂ କରାଟେ ଆଦି ମୋଟ ୨୦ ଟି ବର୍ଗରେ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରାଦନ କରାଯାଇଥିଲା। କ୍ରୀଡ଼ାବିତଙ୍କ ମଧ୍ୟରେ ପ୍ରତ୍ୟାଶା ରାୟ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଏବଂ ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଚମ୍ପିୟାନସିପରେ ସର୍ବାଧିକ ୧୨ଟି ପଦକ ହାସଲ କରି ମୋଟ ୩ଲକ୍ଷ ୮୨ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପାଇଛନ୍ତି।

- Advertisement -

ଏଠାରେ ସୂଚନା ଯୋଗ୍ୟ କି ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ କ୍ରୀଡ଼ାରେ ପଦକ ବିଜେତାଙ୍କୁ ଅର୍ଥରାଶି ପୁରସ୍କାର ଏହାର ଅଂଶ ବିଶେଷ I 5-T ମନ୍ତ୍ରର ସଠିକ ଅନୁପାଳନ ସହ ପଦକ ବିଜେତାଙ୍କୁ ତତକ୍ଷଣାତ ଅର୍ଥ ପୁରସ୍କାର ପ୍ରଦାନକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପାଳନ କରି ଆସିଛି।

ଆଜିର ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ନିର୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ, ହକି ପ୍ରମୋସନ କାଉନସିଲ ଅଫ ଓଡ଼ିଶାର ସିଇଓ ଦୀପଙ୍କର ମହାପାତ୍ର ଏବଂ ଓଏସଡ଼ି ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ, କୋଚ ଏବଂ କ୍ରୀଡ଼ାବିତ ମାନେ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories