www.samajalive.in
Saturday, December 13, 2025
14.1 C
Bhubaneswar

ଦେଶର ଶ୍ରେଷ୍ଠ ରାପ୍‍ର ଖୋଜିବ ‘ରେଡବୁଲ୍‍ ସ୍ପଟଲାଇଟ୍‍’

ଭୁବନେଶ୍ୱର : ଭାରତର ଶ୍ରେଷ୍ଠ ରାପର୍‍ଙ୍କୁ ଖୋଜି ସେମାନଙ୍କୁ ସମର୍ଥନ କରିବାକୁ ଉଦ୍ଦିଷ୍ଟ ଏକ ଦେଶବ୍ୟାପୀ ଅଭିଯାନ ହାତକୁ ନେଇଛି ରେଡ୍‍ ବୁଲ୍‍ ସ୍ପଟଲାଇଟ୍‍। ଏହା ସମଗ୍ର ଦେଶରେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ସହିତ ୨୦୨୦ ଆଦ୍ୟଭାଗରେ ଫେରିଥିଲା। ଦେଶର ମୁମ୍ବଇ, ଦିଲ୍ଲୀ, ବେଙ୍ଗାଲୁରୁ, ଗୁଆହାଟି, ହାଇଦରାବାଦ, ଚଣ୍ଡିଗଡ, କୋଚି ଏବଂ ଇନ୍ଦୋର ସମେତ ୧୫ଟି ସହରର ବିଜେତା ଏକ ଭର୍ଚୁଆଲ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ମନୋନୀତ କରାଯାଇଥିଲା।
ଭୁବନେଶ୍ୱର, ବେଙ୍ଗାଲୁରୁ, କୋଲକାତା, ଚଣ୍ଡିଗଡ, ଚେନ୍ନଇ, ନଏଡା, ଅହମଦାବାଦ, ଗୋଆ ଆଦି ସହରକୁ ପ୍ରତିନିଧିତ୍ୱ କରୁଥିବା ଏହି ୮ଜଣ ରାପର୍‍ ସମ୍ପ୍ରତି ଛଅ ପର୍ଯ୍ୟାୟ ସିରିଜ୍‍ରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ଆଗାମୀ ଏପ୍ରିଲ ୨ତାରିଖ ଦିନ ଏମଏକ୍ସ ପ୍ଲେୟରରେ ମାଗଣାରେ ଷ୍ଟ୍ରିମିଂ କରାଯିବ। ଏହା ଶେଷରେ ଜଣେ ଟାଇଟଲ ବିଜେତା ହେବେ। ରେଡ ବୁଲ୍‍ ମିଡିଆ ହାଉସ୍‍ ଏବଂ ସୁପାରି ଷ୍ଟୁଡିଓଜ୍‍ ସହିତ ଏମଏକ୍ସ ପ୍ଲେୟର ପକ୍ଷରୁ ମିଳିତ ଭାବରେ ପ୍ରଯୋଜନା କରାଯାଉଥିବା ଏହି ସିରିଜ୍‍ର ନିର୍ଦ୍ଦେଶନା ଦେଉଛନ୍ତି ନିଶା ବାସୁଦେବନ୍‍। ଏହି ସିରିଜ୍‍ରେ ସ୍ଥାନପାଇଥିବା ଫାଇନାଲିଷ୍ଟଙ୍କ ମଧ୍ୟରେ ରହିଛନ୍ତି ଚେନ୍ନଇର ଏ-ଗାନ୍‍, ବେଙ୍ଗାଲୁରୁର ଲାଉଡ ସାଇଲେନନ୍ସ, କୋଲକାତାର ଏମ୍‍ସି ହେଡସଟ୍‍, ଚଣ୍ଡିଗଡର ସୁପରମାନିକ୍‍, ନଏଡାର ଆଲବେଲା, ଭୁବନେଶ୍ୱରର ରାଇମିଂ ମ୍ୟାନ, ଗୋଆର ଦି ରୁଷିଗୋସାଭୀ ଏବଂ ଅହମଦାବାଦର ସିୟାହି। ସେମାନେ ଭାରତୀୟ ହିପ୍‍-ହପ୍‍ ଜଗତର କିଛି ସର୍ବୋତ୍ତମ ବ୍ୟକ୍ତିତ୍ୱଙ୍କ ମାର୍ଗଦର୍ଶନରେ ଗୋଟିଏ ସପ୍ତାହ ଅତିବାହିତ କରିବା ଅବସରରେ କର୍ମଶାଳା ଏବଂ ଅଧିବେଶନରେ ଯୋଗଦେଇଛନ୍ତି, ଚାଲେଞ୍ଜପୂର୍ଣ୍ଣ କାର୍ଯ୍ୟ ସହିତ ଆହୁରି ଅନେକ କିଛି କରିଛନ୍ତି। ସେମାନଙ୍କୁ ମାର୍ଗଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୋଫିଆ ଆଶ୍ରଫ, ନେଜି ଡୋପିଡିଲ୍‍ଡ, ସେଜ୍‍ ଅନ ଦି ବିଟ୍‍ ଏବଂ ଡି ଇଭିଲ୍‍ ପ୍ରମୁଖ।
ଏହି ପ୍ରତିଯୋଗିତାର ବିଜେତା ଜଣକୁ ସଂପ୍ରତି ଏକ ପୂର୍ଣ୍ଣ ଅବଧିର ଆଲ୍‍ବମ, ଏକ ମ୍ୟୁଜିକ ଭିଡିଓ ରେକର୍ଡ କରିବା ସୁଯୋଗ ମିଳିବ, ତାହାସହିତ ଏହାର ଉନ୍ମୋଚନ ପାଇଁ ଆବଶ୍ୟକ ସମର୍ଥନ, ଭ୍ରମଣକାଳୀନ ସହାୟତା ଏବଂ ଅନେକ କିଛି ସୁବିଧା ସୁଯୋଗ ମିଳିବ।
ଏହି ସୋ’ର ଅନ୍ୟତମ ମାର୍ଗଦର୍ଶକ ଏବଂ ଫାଇନାଲ୍‍ରେ ବିଚାରକ ଥିବା ମୁମ୍ବଇଭିତ୍ତିକ ରାପର୍‍ ଡି ଏମ୍‍ସି କହିଛନ୍ତି, ପରବର୍ତ୍ତୀ ପିଢି ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବା ଦେଖି ଅତ୍ୟନ୍ତ ଖୁସି ଲାଗୁଛି। ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ଠାରେ ପ୍ରତିଭା ରହିଥିବାବେଳେ ଅଳ୍ପକିଛି ହାତଗଣତିଙ୍କ ଠାରେ ଚମତ୍କାରିତା ଦେଖାଇବାର ସ୍ୱାଭାବିକ ସାମର୍ଥ୍ୟ ରହିଛି। ଏହି ଯାତ୍ରା ନିଶ୍ଚିତ ଭାବରେ ସେମାନଙ୍କୁ ଅଧିକ ଭଲ କରିବାକୁ ସକରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ଏହା ସେମାନଙ୍କ ପାଇଁ ଏକ ଆଗକୁ ପାଦ ବଢାଇବାର ପ୍ରୟାସ ଭାବେ ସେମାନେ ବିବେଚନା କରିବେ ବୋଲି ଡି ଏମ୍‍ସି ଆଶା କରିଛନ୍ତି।

 

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories