www.samajalive.in
Saturday, December 6, 2025
19.1 C
Bhubaneswar

୧କୋଟି ୪୭ଲକ୍ଷରୁ ଅଧିକ ନମୁନା ପରୀକ୍ଷା ; ମୃତ୍ୟୁସଂଖ୍ୟା ୨୦ ହଜାର ୬୪୨କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ସକ୍ରିୟ କରୋନା ମାମଲା ଠାରୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। ଦେଶରେ ଏପର୍ଯ୍ୟନ୍ତ ୪ଲକ୍ଷ ୫୬ ହଜାର ୮୩୧ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୮୮୩ ଜଣ ଲୋକ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ବେଳେ ଦେଶରେ
ଆରୋଗ୍ୟ ହାର ୬୧.୫୩ ପ୍ରତିଶତରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨ ହଜାର ୭୫୨ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୪୨ ହଜାର ୪୧୭ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୮୨ ଜଣ ପ୍ରାଣ ହରାଇବା ସହ ଦେଶରେ କରୋନା ଜନିତ ମୋଟ୍‍ ମୃତ୍ୟୁସଂଖ୍ୟା ୨୦ ହଜାର ୬୪୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏବେ ଦେଶରେ ମୋଟ୍‍ ୨ଲକ୍ଷ ୬୪ ହଜାର ୯୮୪ଟି ସକ୍ରିୟ କରୋନା
ମାମଲା ରହିଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ-ଆଇସିଏମ୍‍ଆର କହିଛି,ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ୨ଲକ୍ଷ ୬୨ ହଜାର ୬୭୯ଟି କରୋନା ଭୂତାଣୁ ନମୁନା ପରୀକ୍ଷା କରାଯାଇଛି। ଭାରତରେ କୋଭିଡ୍‍-୧୯ ମହାମାରୀ ବ୍ୟାପିବା ଦିନଠାରୁ ଏହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ପରୀକ୍ଷଣ। ଏପର୍ଯ୍ୟନ୍ତ ୧କୋଟି ୪୭ ଲକ୍ଷ ୩ ହଜାର ୭୧୧ଟି ନମୁନା ପରୀକ୍ଷା କରାଯାଇଛି।
ଆଇସିଏମ୍‍ଆର ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାଗାରକୁ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ ୧ ହଜାର ୧୧୯ଟି ପରୀକ୍ଷାଗାରକୁ କୋଭିଡ୍‍-୧୯ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେଥିମଧ୍ୟରେ ୭୯୫ଟି ସରକାରୀ ଓ ୩୨୪ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories