www.samajalive.in
Thursday, December 11, 2025
18.1 C
Bhubaneswar

ଚଳଚ୍ଚିତ୍ର ଶିଳ୍ପରେ ‘କରୋନା’ ପ୍ରଭାବ: ପୁନଃ ରିଲିଜ୍‍ ହେବ ‘ଅଂଗ୍ରେଜୀ ମିଡିୟମ୍‍’

ମୁମ୍ବଇ: କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଥିବା ବେଳେ ଭାରତରେ ଦିନକୁ ଦିନ ଏହାର କାୟା ବିସ୍ତାର ହେବାରେ ଲାଗିଛି। ଏନେଇ ଦେଶର ଅର୍ଥନୀତି ମଧ୍ୟ ଖୁବ୍‍ ପ୍ରଭାବିତ ହୋଇଛି। ସମସ୍ତ ବାଣିଜ୍ୟ ବ୍ୟବସାୟରେ କ୍ଷତି ଘଟିବା ସହ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଛି। କରୋନା ଭୟରେ କେତେକ ବଲିଉଡ଼ ଓ ହଲିଉଡ଼ ଚଳଚ୍ଚିତ୍ରର ଶୁଟିଂଠୁ ଆରମ୍ଭ କରି ରିଲଜ୍‍ ତାରିଖ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଦେଶର ଅନେକ ସ୍ଥାନରେ ସିନେମା ହଲ୍‍କୁ ବନ୍ଦ କରି ଦିଆଯାଇଥିବା ବେଳେ ଯେଉଁ ସ୍ଥାନରେ ଖୋଲା ଅଛି ସେଠାକୁ ମଧ୍ୟ ଅଧିକ ଲୋକ ଯାଉ ନାହାନ୍ତି। ତେଣୁ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ବଡ଼ କ୍ଷତିର ସାମ୍ନା କରିବାକୁ ପଡ଼ୁଛି। ଶୁକ୍ରବାର(୧୩ ମାର୍ଚ୍ଚ) ମୁକ୍ତିଲାଭ କରିଥିବା ହୋମି ଅଦଜାନିୟାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅଂଗ୍ରେଜୀ ମିଡିୟମ୍‍’କୁ ମଧ୍ୟ କରୋନାକୁ ନେଇ କ୍ଷତି ସହିବାକୁ ପଡ଼ିଛି। ତେଣୁ ନିର୍ଦ୍ଦେଶକ ଅଦଜାନିୟା ଏହାକୁ ପୁନଃ ରିଲିଜ୍‍ କରିବାକୁ ଘୋଷଣା କରିଛନ୍ତି।

କରୋନା ପାଇଁ କେରଳ, ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଜାମ୍ମୁ-କାଶ୍ମୀରରେ ଅନେକ ସିନେମା ହଲ୍‍କୁ ବନ୍ଦ କରି ଦିଆଯାଇଛି। ଏହି କାରଣରୁ ଚଳଚ୍ଚିତ୍ରର ପ୍ରାରମ୍ଭିକ ବ୍ୟବସାୟ ଏତେ ଭଲ ହୋଇନାହିଁ। ‘ଅଂଗ୍ରେଜୀ ମିଡିୟମ୍‍’ ପ୍ରଥମ ଦିନରେ କେବଳ ୪.୦୩ କୋଟି ଟଙ୍କା ଆୟ କରିଛି, ଯାହାକି ଆଶାଠାରୁ ବହୁତ କମ୍‍। ଏହି କାରଣରୁ ନିର୍ଦ୍ଦେଶକ ଅଦଜାନିୟା ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣକୁ ଆସିଲେ ଅର୍ଥାତ୍‍ ସବୁକିଛି ଠିକ୍‍ଠାକ୍‍ ହେବା ପରେ ଚଳଚ୍ଚିତ୍ରକୁ ଆଉ ଥରେ ମୁକ୍ତିଲାଭ କରିବେ।

- Advertisement -

ଉଲ୍ଲେଖଯୋଗ୍ୟ, ‘ଅଂଗ୍ରେଜୀ ମିଡିୟମ୍‍’ରେ ଇର୍‍ଫାନ ଖାନଙ୍କ ସହ କରୀନା କପୁର ଖାନ୍‍, ରାଧିକା ମଦାନ, ଦୀପକ ଡୋବରିୟାଲ, ଡିମ୍ପଲ୍‍ କପାଡ଼ିୟା, କିକୁ ଶାରଦା ଓ ପଙ୍କଜ ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି। ଏହା ୨୦୧୭ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ହିନ୍ଦୀ ମିଡିୟମ୍‍’ର ସିକ୍ୱେଲ୍‍।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories