www.samajalive.in
Friday, December 5, 2025
26.1 C
Bhubaneswar

ପାରାଦ୍ବୀପ ଆସୁଥିବା ତୈଳବାହୀ ଜାହାଜରେ ପୁଣି ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ବୃହତ୍‌ ଭାରତୀୟ ତୈଳବାହୀ ଜାହାଜ ‘ଏମ୍‌ଟି ନ୍ୟୁ ଡାଇମଣ୍ଡ’ରେ ପୁନର୍ବାର ନିଆଁ ଲାଗିଯାଇଛି। ଭାରତୀୟ ତୈଳ ନିଗମର ଏହି ଜାହାଜର ଦକ୍ଷିଣପଟ ଷ୍ଟାରବୋର୍ଡରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ କୁୱେତ୍‌ରୁ ଭାରତର ପାରାଦ୍ବୀପକୁ ୨ଲକ୍ଷ ୭୦ହଜାର ମେଟ୍ରିକ ଟନ୍‌ ଅଶୋଧିତ ତୈଳ ଆସୁଥିଲା।

ଗତ ଗୁରୁବାର ଶ୍ରୀଲଙ୍କା ଉପକୂଳରେ ଏଥିରେ ନିଆଁ ଲାଗିଥିଲା ଓ ଭାରତ ତଥା ଶ୍ରୀଲଙ୍କା ନୌବାହିନୀ ଅକ୍ଳାନ୍ତ ଉଦ୍ୟମ ପରେ ଏହାକୁ ନିୟନ୍ତ୍ରଣରେ ସଫଳ ହୋଇଥିଲେ। ପରେ ଜଗୁଆଳି ଜାହାଜ ‘ଆଇଏନ୍‌ଏସ୍‌ ସହ୍ୟାଦ୍ରି’ ସହିତ ଏହା ପାରାଦ୍ବୀପ ଅଭିମୁଖେ ଆସୁଥିବାବେଳେ ଦ୍ବିତୀୟ ଥର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ନୌବାହିନୀ ସମସ୍ତ ସହାୟକ ସାମଗ୍ରୀ ସହିତ ଘଟଣାସ୍ଥଳରେ ପହଞ୍ଚିବା ସହ ନିଜର ପ୍ରୟାସ ଆରମ୍ଭ କରିଛି। ଜାହାଜରେ ୧୮ଫିଲିପାଇନ୍ସ ଓ ୫ ଗ୍ରୀକ୍‌ ନାଗରିକଙ୍କୁ ମିଶାଇ ୨୩ଜଣ କର୍ମଚାରୀ ଥିଲାବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିବା​ ନୌବାହିନୀ ପକ୍ଷରୁ ପ୍ରକାଶ; ତେବେ ଇଞ୍ଜିନ କୋଠରିରେ ବଏଲର ବିସ୍ଫୋରଣ ଘଟି ଜଣେ ଫିଲିପାଇନ୍ସ ନାବିକଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories