www.samajalive.in
Wednesday, December 10, 2025
23.1 C
Bhubaneswar

କୋଭିଡ-୧୯ର ମୁକାବିଲା ପାଇଁ ଆରସିଏଫ୍‌ ଆଣିଲା ସେଫ୍‌ରୁଲା ହାତଧୁଆ ଜେଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ କୋଭିଡ ମୁବାବିଲାରେ ସହାୟତା କରିବା ପାଇଁ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର (ଆରସିଏଫ୍‌) ଏକ ହାତଧୁଆ ଆଇପିଏ ଜେଲ୍‌ ପ୍ରସ୍ତୁତ କରିଛି। ଏହାର ନାମ ରଖାଯାଇଛି ଆରସିଏଫ୍‌ ସେଫ୍‌ରୁଲା। ଆରସିଏଫ୍‌ ତଥ୍ୟ ଅନୁସାରେ ଏହି ଜେଲ୍‌ରେ ହାତ ଧୋଇଲେ ଚର୍ମ ନିରାପଦ ରହିବ। ଏହା ଏକ ଜଳୀୟବାଷ୍ପ ଭିତ୍ତିକ ହ୍ୟାଣ୍ଡସାନିଟାଇଜର। ଏଥିରେ ଆଇସୋ ପ୍ରୋପାଇଲ ଆଲ୍‌କହଲ (ଆଇପିଏ) ଏବଂ ଆଲୋଭେରା ବା ଘିକୁଆଁରି ରସ ରହିଛି। ଏଥିରେ ଭିଟାମିନ-ଇ ରହିଥିବାବେଳେ ଏହାର ବାସ୍ନା ଲେମ୍ବୁପରି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନସ୍ଥ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏହି ଜେଲ୍‌କୁ ୫୦ ଓ ୧୦୦ ମିଲିଲିଟର ବୋତଲରେ ବିକ୍ରୟ ପାଇଁ ବଜାରକୁ ଛାଡିବ । ୫୦ ଏମ୍‌ଏଲ୍‌ ବୋତଲର ଦାମ ୨୫ ଟଙ୍କା ଓ ୧୦୦ ଏମ୍‌ଏଲ୍‌ ବୋତଲର ଦାମ ୫୦ ଟଙ୍କା ରଖାଯାଇଛି। କମ୍ପାନୀ ପକ୍ଷରୁ ଏହି ସର୍ବାଧିକ ଖୁଚୁରା ମୂଲ୍ୟ ଧାର୍ୟ୍ୟ କରାଯାଇଛି । ନିଜର ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଆରସିଏଫ୍‌ ଏହି ଜେଲକୁ ସାରା ଦେଶରେ ବିକ୍ରି ପାଇଁ ଉପଲବ୍‌ଧ କରାଇବ। କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦେଶରେ ଏବେ ହ୍ୟାଣ୍ଡ ସାନିଟାଇଜରର ଚାହିଦା ବଢିଛି। ଏହି ଆବଶ୍ୟକତା ପୂରଣ ପାଇଁ ସ୍ୱଳ୍ପ ମୂଲ୍ୟରେ ଆରସିଏଫ୍‌ ଏହି ନିରାପଦ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରି ସରକାରଙ୍କୁ ଏହି ଲଢେଇରେ ଏକ ଛୋଟ ସହାୟତା ଯୋଗାଇଛି।
ଆରସିଏଫ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଏସ୍‌.ସି. ମୁଡ୍‌ଗେରିକର କହିଛନ୍ତି ଯେ ତାଙ୍କ କଂପାନୀ ଦେଶବାସୀଙ୍କ ପାଇଁ ଆଇପିଏ ଜେଲ୍‌ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରିଥିବା ଏକ ଆନନ୍ଦର ବିଷୟ। ଏହି ଜେଲ୍‌ ନିରାପଦ ଏବଂ ଏହାର ନାମ ରଖାଯାଇଛି ଆରସିଏଫ୍‌ ସେଫ୍‌ରୁଲା। କରୋନା ସଂକ୍ରମଣ ରୋକିବାରେ ଏହା ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଆରସିଏଫ୍‌ ଏକ ‘ମିନିରତ୍ନ’ କମ୍ପାନୀ । ଏହା ସାର ଓ ରାସାୟନିକ ପଦାର୍ଥର ପ୍ରମୁଖ ଉତ୍ପାଦନକାରୀ । ୟୁରିଆ, ବିଭିନ୍ନ ଯୌଗିକ ସାର, ଜୈବିକ ସାର, ବିଭିନ୍ନ ପ୍ରକାରର ଉର୍ବରକ ଏବଂ ଶିଳ୍ପ କାରଖାନାରେ ବ୍ୟବହୃତ ହେଉଥିବା ବିଭିନ୍ନ ରାସାୟନିକ ଦ୍ରବ୍ୟ ଉତ୍ପାଦନ କରିଥାଏ। ଊଜ୍ଜ୍ୱଳା ୟୁରିଆ ଓ ସୁଫଳା ଯୌଗିକ ସାର ଏହି କଂପାନୀର ଦୁଇଟି ଅତି ଲୋକପ୍ରିୟ ଉତ୍ପାଦ, ଯାହା ଘରେ ଘରେ ପରିଚିତ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories