www.samajalive.in
Sunday, December 7, 2025
23.1 C
Bhubaneswar

କଲକାତା ପରେ ରତ୍ନାଗିରିରେ ଲଜ୍ଜା ; ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : କଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ତଥାପି ଥମୁନି ଦୁଷ୍କର୍ମ ମାମଲା । ମହାରାଷ୍ଟ୍ରରୁ ଜଣେ ନର୍ସିଂ ଛାତ୍ରୀଙ୍କ ସହ ଦୁଷ୍କର୍ମର ଏକ ମାମଲା ପୁଣି ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ମହାରାଷ୍ଟ୍ରର ରତ୍ନାଗିରିରେ ଜଣେ ୧୯ ବର୍ଷୀୟ ଟ୍ରେନି ନର୍ସଙ୍କ ସହ ଏକ ଅଟୋ ଚାଳକ ନିଛାଟିଆ ରାସ୍ତାରେ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଛି । ଯୁବତୀ ଜଣକ ନିଜ ଘରକୁ ଅଟୋରେ ଯାଉଥିଲେ । ଅଟୋ ଚାଳକ ଜଣକ ପାନୀୟ ଜିନିଷରେ କିଛି ନିଶା ଦ୍ରବ୍ୟ ମିଶାଇ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଜଣାପଡିଛି।

ଦେଖନ୍ତୁ ଭିଡିଓ ; ମହାନଦୀ ଘାଟରେ ଘଡିଆଳ କୁମ୍ଭୀର


ଯୁବତୀ ଜଣକ ଚେତା ଫେରି ପାଇବା ପରେ ଘଟଣା ବିଷୟରେ ନିଜ ପରିବାରକୁ ଜଣାଇଥିଲେ। ଏହାପରେ ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହ ସୋମବାର ବିଳମ୍ବିତ ରାତିରୁ ରାସ୍ତାରୋକ ସହ ଆନ୍ଦୋଳନ କରି ବିରୋଧ ପ୍ରଦର୍ଶନ କରିଛନ୍ତି । ପୁଲିସ ସିସିଟିଭି ମାଧ୍ୟମରେ ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ କରିଛି। ପୀଡିତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦେଖନ୍ତୁ ଭିଡିଓ ; ସାପକୁ କେମିତି ଆକ୍ରମଣ କରୁଛି କାଉ..

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories