www.samajalive.in
Monday, December 8, 2025
20.1 C
Bhubaneswar

ସରକାରୀ ଚାକିରିଆ ରାସନ ନେଉଥିବା ଅଭିଯୋଗ

ବାଲିଆପାଳ : ଦେଶର ଗରିବ ପରିବାର ଓ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଭାରତ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ରାସନ କାର୍ଡଧାରୀଙ୍କୁ ମାସକୁ ପାଞ୍ଚ କେଜି ଚାଉଳ କିମ୍ଵା ଗହମ ମିଳିବା ସହିତ ଅନ୍ୟ ସୁବିଧା ମଧ୍ୟ ମିଳୁଛି । ମାତ୍ର ତୃଣମୂଳ ସ୍ତରରେ ଏହି ଯୋଜନାର ସୁଫଳ ପ୍ରକୃତ ଯୋଗ୍ୟ ହିତାଧିକାରୀ ପାଇଁ ପାରିନାହାଁନ୍ତି । କାରଣ ବହୁ  ଶିକ୍ଷକ, ନର୍ସ, ପୁଲିସ, ଜିଏସଟି ଅଧିକାରୀ, ଅଧ୍ୟାପକ,ପିଅନ, ଇଞ୍ଜିନିୟର, ପିଇଓ,ଡାଟା ଏଣ୍ଟ୍ରି ଅପେରେଟର ଭଳି ଅନେକ ବିଭାଗରେ ସରକାରୀ ନିଯୁକ୍ତି ପାଇଥିବା ୧୬୫ ପରିବାର ରାସନ କାର୍ଡ ହାତେଇଥିବା ରାଜ୍ୟ ଖାଉଟି ବିଭାଗ ସଚିବଙ୍କ ପତ୍ର ସଂଖ୍ୟା ୧୦୫୪ ରୁ ଜଣାପଡିଛି। ତେବେ ଢୋଲ ଭିତରେ ମୂଷା ଭଳି ଆହୁରି ଅନେକ ଅଯୋଗ୍ୟ ହିତାଧୀକାରୀ ଯେପରିକି  ବଡ଼ ବଡ଼ ବ୍ୟବସାୟୀ, ଚାରିଚକିଆ ଯାନ ମାଲିକ, ବଡ଼ ବଡ଼ କୋଠା ମାଲିକ ଓ କରଦାତା ଆଦି  କାର୍ଡ ହାତେଇଛନ୍ତି ।

ଅନ୍ୟ ପଟରେ ଏବେବି ବହୁ ଅସହାୟ, ଭିନ୍ନକ୍ଷମ ଏବଂ ଗରିବ ପରିବାର ଏହି ରାସନ କାର୍ଡ ସୁବିଧାରୁ ବଞ୍ଚିତ ଅଛନ୍ତି । ରାଜ୍ୟ ସରକାର ଏହି ବିଭାଗରେ ଧୀରେ ଧୀରେ ସ୍ୱଛତା ଆଣିବାକୁ ଚେଷ୍ଟାକରୁଛନ୍ତି । ଯୋଜନାରେ ସ୍ୱଚ୍ଛତା ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଠାବ କରିବା ପାଇଁ ସରକାର ଇକେୱାଇସି ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଯାହା ଦ୍ୱାରା ସରକାରୀ ଚାକିରୀ କରିଥିବା, ସରକାରଙ୍କୁ ଆୟ କର ଓ ବୃତ୍ତି କର ଦେଇଥିବା କିମ୍ଵା ଚାରିଚକିଆ ଯାନ ଥିବା ଵ୍ୟକ୍ତିଙ୍କ ବିଷୟରେ ସୂଚନା ମିଳି ପାରୁଛି । ପ୍ରାଥମିକ ପର୍ଯ୍ୟାୟରେ ବର୍ତ୍ତମାନ ଏଚଆରଏମଏସ ପୋର୍ଟାଲରୁ ତଥ୍ୟ ସଂଗ୍ରହ କରି ସରକାର ଇକେୱାଇସି ତଥ୍ୟ ଆଧାରରେ ସରକାରୀ ଚାକିରୀ ଥାଇ ରାସନ ହାତେଉଥିବା ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି ।୧୭/୧/୨୦୨୫ ରିଖ ଖାଦ୍ୟ ଯୋଗାଣ ବିଭାଗର ଚିଠି ସଂଖ୍ୟା ୧୦୫୪ ଅନୁସାରେ ସମସ୍ତ ଜିଲ୍ଲାର ଜିଲ୍ଳାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ରାସନ ହାତେଇଥିବା ସରକାରୀ କର୍ମଚାରୀଙ୍କ ତାଲିକା ସହିତ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ପାଇଁ ନିର୍ଦେଶ ମଧ୍ୟ ଆସିଛି ।

- Advertisement -

ତେଵେ ସୂଚନାରୁ ଜଣାପଡିଛି ବାଲିଆପାଳ ବ୍ଲକକୁ ବିଭାଗ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୫ଟି ରାସନ କାର୍ଡର ତାଲିକା ଆସିଛି । ଯେଉଁ କାର୍ଡ ଗୁଡିକରେ ସମୁଦାୟ ୬୯୮ ଜଣ ହିତାଧିକାରୀଙ୍କ ନାମରେ ରାସନ ଉଠାଯାଉଛି । ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରୀ କରୁଥିବା ସତ୍ୱେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଏମାନେ ରାସନ ଉଠାଉଛନ୍ତି । ରାସନ କାର୍ଡର ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ଖବର ଶୁଣି ବର୍ତ୍ତମାନ ତାଲିକାରେ ଥିବା ସରକାରୀ ଚାକିରିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସରକାର ଯେତେ ଶୀଘ୍ର ଅଯୋଗ୍ୟ ପରିବାରକୁ ବାଦ ଦେବେ ଯୋଜନାରୁ ବାଦ ପଡ଼ିଥିବା ଯୋଗ୍ୟ ପରିବାରକୁ ତାଙ୍କ ସ୍ଥାନ ରେ ସାମିଲ ହୋଇ ପାରିବେ। ତେବେ ଆସନ୍ତା ଜାନୁୟାରୀ ୩୦ ତାରିଖ ଭିତରେ ଅଯୋଗ୍ୟ ହିତାଧୀକାରୀ ସେମାନଙ୍କ ରାସନ କାର୍ଡ ନ ଫେରାଇଲେ ସେମାନଙ୍କ ବିରୁଦ୍ଧରେ ଫୈ।ଜଦାରୀ ମାମଲା ରୁଜୁ ହେବା ସହ ସେମାନେ ନେଇଥିବା ଖାଦ୍ୟ ସାମଗ୍ରୀର ଖୋଲାବଜାର ଦର ପ୍ରତି କି.ଗ୍ରା ୪୩ଟଙ୍କା ସହିତ ୧୦ପ୍ରତିଶତ ସୁଧ ମିଶାଇ ଆଦାୟ କରାଯିବ ଏବଂ ସମ୍ପୃକ୍ତ ଅଯୋଗ୍ୟ ହିତାଧୀକାରୀ ଚାକିରୀ କରିଥିବା ବିଭାଗକୁ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯିବାକୁ ରାଜ୍ୟ ଖାଉଟି ଓ ଯୋଗାଣ ସଚିବଙ୍କ ନିର୍ଦ୍ଦେଶ ଥିବା କଥା ବାଲିଆପାଳ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ସୂଚନା ଦେଇଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories