www.samajalive.in
Tuesday, December 9, 2025
17.1 C
Bhubaneswar

ରୋଷେଇ ଘରର ବର୍ଜ୍ୟବସ୍ତୁରେ ହେବ ଚାଷ

ଦୈନନ୍ଦିନ ଆମ ରୋଷଶାଳାରୁ ବିଭିନ୍ନ ପ୍ରକାର ଆବର୍ଜନା ବାହାରିଥାଏ। ଯେପରି ପରିବା, ଫଳ ଚୋପା, ବଳକା ଖାଦ୍ୟ, ଚା’ପତି ଇତ୍ୟାଦିଇତ୍ୟାଦି। ସମସ୍ତେ ଏସବୁକୁ ଅଳିଆ ଡବାରେ ହିଁ ଫିଙ୍ଗିଥାନ୍ତି। ଏହି ସବୁ ଆବର୍ଜନାକୁ ନେଇ ହରିୟାଣାର କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥାନର ଗବେଷକଗଣ ପରୀକ୍ଷାନିରୀକ୍ଷା କରିଥିଲେ। ୨୦୧୬​‌େ​‌ର ଏଇ ଗବେଷଣା ଆରମ୍ଭ ହୋଇଥିଲା। କ୍ଷାର ଜମି ଅର୍ଥାତ୍ ଯେଉଁ ଚାଷ ଜମିର ପି.ଏଚ୍‌ ମୂଲ୍ୟ ୯.୫ରୁ ଅଧିକ, ସେଥିରେ ହିଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ହୋଇଥିବାର ପ୍ରକାଶ। ମାତ୍ର ୬ ମାସ ପରେ ହିଁ ଜମିରେ ବିଭିନ୍ନ ପ୍ରକାରର ପନିପରିବା ସହ ଶସ୍ୟ ଚାଷ କରିବାରେ ଗବେଷକଗଣ ସଫଳ ହୋଇଥିଲେ। ରୋଷେଇ ଘର ଅଳିଆକୁ ଜୈବିକ କମ୍ପୋଷ୍ଟରେ ରୂପାନ୍ତର କରାଯିବା ପରେ ହିଁ ଏଇ ପଦକ୍ଷେପ ନିଆଯାଇଥିଲା। ଭାରତର ମୁଖ୍ୟତଃ ଗୁଜରାଟ୍, ଉତ୍ତର-ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, କର୍ଣ୍ଣାଟକରେ କ୍ଷାର ଚାଷଜମିର ସଂଖ୍ୟା ସର୍ବାଧିକ। ଏସବୁ ସ୍ଥାନରେ ଗବେଷକଗଣ ପରୀକ୍ଷା କରି ସଫଳ ହୋଇପାରିଛନ୍ତି। ବୈଜ୍ଞାନିକ ଡାଃ ପାରୁଲ ସୁଧାଙ୍କ ମତରେ, ପ୍ରତି ବର୍ଷ ଏହି ରୋଷେଇ ଘର ବର୍ଜ୍ୟବସ୍ତୁ ପ୍ରସ୍ତୁତ ଜୈବିକ୍‌ କମ୍ପୋଷ୍ଟ ବ୍ୟବହାର କରାଯାଇ ୧.୫ ମିଲିୟନ୍ ଟନ୍ ଶସ୍ୟ ଉତ୍ପାଦନ କରାଯାଇପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories