www.samajalive.in
Wednesday, December 10, 2025
26.1 C
Bhubaneswar

ରବିବାର ରାଶିଫଳ (୨୩। ୦୨। ୨୦୨୦)

ମେଷ : ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। କର୍ମକ୍ଷତ୍ରରେ ଉନ୍ନତି ଘଟିବ। ବିନୟୀ ସ୍ୱଭାବ ଓ ପ୍ରବଳ ପ୍ରତାପୀ ହେବେ। ଦୃଢ଼ମନା ବ୍ୟକ୍ତି ବିଶେଷ ହେବେ। ଅଶ୍ୱିନୀ ଓ କୃତ୍ତିକା ପ୍ରାୟ ସମଫଳ।
ବୃଷ : ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ। ଦେବଦର୍ଶନ କରି ସମସ୍ତ କଳୁଷ ଦୂର କରିବେ। ଦାନ-ଧର୍ମକୁ ଆଦରି ନେବେ। ସନ୍ମାର୍ଗୀ ହେବେ। କୃତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ମଧ୍ୟ ସାମାନ୍ୟ ଶୁଭ।
ମିଥୁନ : ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ଓ ମନ୍ତ୍ରଣାଦାତା ହେବେ। ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।
କର୍କଟ : ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁ ମିଳନରେ ଅପୂର୍ବ ସଫଳତା ପାଇବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ସର୍ବସୁଖର ଅଧିକାରୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।
ସିଂହ : ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ଧୈର୍ଯ୍ୟ ଧରି ଅସାଧ୍ୟ ସାଧନ କରିପାରନ୍ତି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବାକ୍‌ପଟୁ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଶତ୍ରୁ ବିନାଶ କରିବେ। ମଘା ଓ ଉତ୍ତରା ଫାଲ୍‍ଗୁନୀ ସାମାନ୍ୟ ଶୁଭ।
କନ୍ୟା : ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ବହୁଧନର ଅଧିକାରୀ ହେବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ବହୁବିଦ୍ୟା ପାରଙ୍ଗମ ଓ ଯଶସ୍ୱୀ ହେବେ। ଉତ୍ତରା ଫାଲ୍‍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।
ତୁଳା : ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ପାରିବାରିକ ସୁଖ ମିଳିବ। ସମ୍ମାନିତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଚିତ୍ରା ନକ୍ଷତ୍ରର ସାମାନ୍ୟ ଫଳ।
ବିଛା : ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି କଳହଠାରୁ ଦୂରେଇ ଯାଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ମନ ପ୍ରଫୁଲ୍ଲିତ ହେବ। ସାଧୁ ସେବା କରି ଧନ୍ୟ ହେବେ। ଅନୁରାଧାର ଫଳ ସାମାନ୍ୟ ଶୁଭ।
ଧନୁ : ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଶ୍ରମ ସାର୍ଥକ ହେବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟବାନ୍‍ ହୋଇପାରନ୍ତି। ଉତ୍ତରାଷାଢ଼ା ଓ ମୂଳା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ଶୁଭଫଳ ମିଳିବ; ମାତ୍ର ବହୁ ବିଳମ୍ବରେ।
ମକର : ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ଧର୍ମ-କର୍ମ ସଂପାଦନ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ଧନିଷ୍ଠା ଓ ଅଭିଜିତ ନକ୍ଷତ୍ରର ସାମାନ୍ୟ ଶୁଭଫଳ।
କୁମ୍ଭ : ଶତଭିଷା ନକ୍ଷତ୍ର ଜାତବ୍ୟକ୍ତି ରୋଜଗାରକ୍ଷମ ହେବେ। ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍‍ ହେବେ। ଚଞ୍ଚଳମନା ହୋଇପାରନ୍ତି। ଧର୍ମମତି ହେବେ। ସାଧନା ଫଳବତୀ ହେବ। ପୂର୍ବ ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ବ୍ୟବସାୟରୁ ଲାଭ ମିଳିବ। ଧନିଷ୍ଠାର ସାମାନ୍ୟ ଫଳ।
ମୀନ : ପୂର୍ବ ଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଘାତଚନ୍ଦ୍ର ଥାଇ ମଧ୍ୟ ବହୁ ଶୁଭଫଳ ଆଶା କରାଯାଏ। ସମ୍ମାନିତ ହେବେ। ଯାନବାହନ ସୁଖ ପାଇପାରନ୍ତି। ମନପ୍ରସନ୍ନ ରହିବ। ସରକାରୀ କୃପା ଲାଭ କରିବେ। ଉତ୍ତରା ଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories