www.samajalive.in
Wednesday, December 10, 2025
18.1 C
Bhubaneswar

ମୋଦୀ ଆନ୍ତର୍ଜାତିକ ସ୍ବୀକୃତିପ୍ରାପ୍ତ ଦୂରଦ୍ରଷ୍ଟା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ନ୍ୟାୟିକ ସମ୍ମିଳନୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ବକ୍ତବ୍ୟ ଝଡ଼ ସୃଷ୍ଟି କରିଛି। ସମ୍ମିଳନୀରେ ଉଦ୍‌ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଭୂରିଭୂରି ପ୍ରଶଂସା ହିଁ ଏହି ଝଡ଼ର କାରଣ ହୋଇଛି। ଜଷ୍ଟିସ ମିଶ୍ର ମୋଦୀଙ୍କୁ ‘ଆନ୍ତର୍ଜାତିକସ୍ତରରେ ସ୍ବୀକୃତ ଦୂରଦ୍ରଷ୍ଟା’ ଭାବେ ବର୍ଣ୍ଣନା କରିବା ସହ ‘ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତି’ ଭାବେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ବିଶ୍ବ ସମ୍ପର୍କରେ ଚିନ୍ତା କରୁଥିବାବେଳେ ଆଞ୍ଚଳିକ ବିକାଶ ପ୍ରତି ଧ୍ୟାନ ଦେଇଥାଆନ୍ତି। ତାଙ୍କ ନେତୃତ୍ବରେ ଭାରତ ଆନ୍ତର୍ଜାତିକସ୍ତରରେ ଖ୍ୟାତି ଓ ପ୍ରତିଷ୍ଠା ଲାଭ କରିଛି ଏବଂ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରଙ୍କର ଦାୟିତ୍ବସମ୍ପନ୍ନ ବନ୍ଧୁ ରାଷ୍ଟ୍ର ପାଲଟିଛି ବୋଲି ଜଷ୍ଟିସ ମିଶ୍ର କହିଛନ୍ତି। ଏଥିସହିତ ସେ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି। ଉଭୟଙ୍କ ପ୍ରୟାସରେ ପୁରୁଣା ହୋଇଯାଇଥିବା ଓ ଅନାବଶ୍ୟକ ହୋଇପଡ଼ିଥିବା ଦେଶର ୧୫୦୦ ଆଇନକୁ ଉଚ୍ଛେଦ କରାଯାଇପାରିଛି ବୋଲି କହିଛନ୍ତି।
ସମ୍ମିଳନୀର ଉଦ୍‌ଘାଟନ ଉତ୍ସବରେ ଧନ୍ୟବାଦ ଅର୍ପଣ କଲାବେଳେ ସେ କହିଛନ୍ତି ଯେ ପରିବର୍ତ୍ତିତ ବିଶ୍ବରେ ବିଚାର ବିଭାଗର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ମଣିଷ ଯେମିତି ସମ୍ମାନର ସହ ବଞ୍ଚିବ ତାହା ବିଚାର ବିଭାଗର ଦାୟିତ୍ବ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ ଓ କାର୍ଯ୍ୟ ଉତ୍ସାହପ୍ରଦ ବୋଲି ସେ କହିଛନ୍ତି। ଭାରତ ଭଳି ବିରାଟ ଗଣତନ୍ତ୍ର କିପରି ସଫଳତାର ସହ କାର୍ଯ୍ୟ କରୁଛି ବୋଲି ବିସ୍ମୟ ପ୍ରକାଶ କରୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଏହା ସମ୍ଭବ ହୋଇଛି ବୋଲି ସେ ଜଣାଇଛନ୍ତି। ବିଚାରପତିମାନେ ସ୍ବାଭାବିକ ଭାବେ କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଖୋଲାଖୋଳି ଏଭଳି ପ୍ରଶଂସା କରିବା ବିରଳ ହୋଇଥିବାରୁ ଜଷ୍ଟିସ ମିଶ୍ରଙ୍କ ବକ୍ତବ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ବିଚାର ବିଭାଗର ନିରପେକ୍ଷତା ଓ ମର୍ଯ୍ୟାଦାର ସୀମା ଅତିକ୍ରମ କରିଛି ବୋଲି ଅନେକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories