www.samajalive.in
Thursday, December 11, 2025
26.1 C
Bhubaneswar

ଡାରେନ୍‌ ସାମିଙ୍କୁ ମିଳିବ ପାକିସ୍ତାନ ନାଗରିକତା

ଲାହୋର  : ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଡାରେନ୍‌ ସାମିଙ୍କୁ ପାକିସ୍ତାନର ନାଗରିକତା ମିଳିବ। ଏଥିସହ ତାଙ୍କୁ ପାକିସ୍ତାନର ସବୁଠାରୁ ବଡ଼ ବେସାମରିକ ପୁରସ୍କାର ନିସାନ୍‌-ଇ-ହାଇଦର୍‌ ପ୍ରଦାନ କରିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାର୍ଚ୍ଚ ୨୩ରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭି ଏକ ସ୍ବତନ୍ତ୍ର ଉତ୍ସବରେ ସାମିଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ।
ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରାଇ ଅାଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସାମିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସୂଚନାଥାଉକି ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ୍ ଦଳର ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଅନେକ ବିଦେଶୀ ଖେଳାଳି ପାକିସ୍ତାନ ଯାଇ କ୍ରିକେଟ୍‌ ଖେଳିବାକୁ ଅରାଜି ଅଛନ୍ତି। ତେବେ ପାକିସ୍ତାନ ସୁପର ଲିଗ୍‌ (ପିଏସଏଲ୍‌) ଆରମ୍ଭ ହେବା ବେଳୁ ସାମି ଏହି ଲିଗ୍‌ରେ ଖେଳି ଆସୁଛନ୍ତି। ୨୦୧୭ରେ ଅନେକ ବିଦେଶୀ ଖେଳାଳି ପାକିସ୍ତାନର ଲାହୋରରେ ପିଏସଏଲ୍ ଫାଇନାଲ ମ୍ୟାଚ୍‌ ଖେଳିବାକୁ ପଛଘୁଞ୍ଚା ଦେଇଥିବା ବେଳେ ସାମି ଲାହୋର ଆସି ଖେଳିଥିଲେ। ସେ ପେଶୱାର ଜାଲ୍‌ମି ଦଳର ନେତୃତ୍ବ ନେଇ ଏହି ଦଳକୁ ଚମ୍ପିଆନ୍‌ କରାଇଥିଲେ। ଚଳିତ ସିଜିନ୍‌ରେ ମଧ୍ୟ ସାମି ପେଶୱାର ଦଳର ନେତୃତ୍ବ ନେଉଛନ୍ତି। ସାମିଙ୍କୁ ପାକିସ୍ତାନର ନାଗରିକତା ଓ ନିସାନ୍‌-ଇ-ହାଇଦର୍ ପ୍ରଦାନ ପାଇଁ ପେଶୱାର ଦଳର ମାଲିକ ଜାଭେଦ୍‌ ଆଫ୍ରିଦି ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ପାକିସ୍ତାନ କ୍ରିକେଟ୍‌ ପ୍ରତି ସାମିଙ୍କ ବହୁତ ଅବଦାନ ରହିଥିବାରୁ ତାଙ୍କୁ ପୁରସ୍କୃତ କରାଯିବା ଉଚିତ୍‌ ବୋଲି ଜାଭେଦ୍‌ ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସାମିଙ୍କୁ ପାକିସ୍ତାନର ନାଗରିକତା ସହ ନିସାନ୍‌-ଇ-ହାଇଦର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories