www.samajalive.in
Wednesday, December 10, 2025
26.1 C
Bhubaneswar

ପନ୍ତଙ୍କ ରନ୍‌ଆଉଟ୍ ଭାରତ ପାଇଁ ଅସୁବିଧା ସୃଷ୍ଟି କଲା : ସାଉଦି

ୱେଲିଙ୍ଗଟନ୍‌ : ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୧୬୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଭାରତୀୟ ଦଳର ଯୁବ ୱିକେଟରକ୍ଷକ ଋଷଭ ପନ୍ତ ରନ୍‌ଆଉଟ୍‌ ହେବା ଏହି ଦଳ ପାଇଁ ଅସୁବିଧା ସୃଷ୍ଟି କଲା ଏବଂ ଦଳ ବେଶୀ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଲା ନାହିଁ ବୋଲି ମତ ଦେଇଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍‌ ସାଉଦି।
ସୂଚନାଥାଉକି ଦ୍ବିତୀୟ ଦିନ ଖେଳ ଆରମ୍ଭରୁ ପନ୍ତ ଏକ ଛକା ମାରିଥିଲେ। ତେବେ ଅନ୍ୟତମ ବ୍ୟାଟସମ୍ୟାନ୍‌ ଅଜିଙ୍କ୍ୟ ରାହାଣେଙ୍କ ଭୁଲ୍‌ ଯୋଗୁଁ ପନ୍ତ ୧୯ ରନ୍‌ କରି ରନ୍‌ଆଉଟ୍‌ ହୋଇଥିଲେ। ପନ୍ତ ଆଉଟ୍‌ ହେବା ପରେ ଭାରତୀୟ ଦଳ ମାତ୍ର ୩୩ ରନ୍‌ରେ ପରବର୍ତ୍ତୀ ୫ଜଣ ବ୍ୟାଟସମ୍ୟାନ୍‌ଙ୍କ ୱିକେଟ୍ ହରାଇଥିଲା। ରାହାଣେଙ୍କୁ ସାଉଦି ଆଉଟ୍‌ କରିଥିଲେ।
ରାହାଣେଙ୍କୁ ଆଉଟ୍‌ କରିବାକୁ ସେ କିଛି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସାଉଦି କହିଥିଲେ ସେ ସେପରି କୌଣସି ଯୋଜନା କରିନଥିଲେ। ତେବେ ଦ୍ବିତୀୟ ଦିନ ଖେଳ ପ୍ରାରମ୍ଭରୁ ପନ୍ତ ରନ୍ଆଉଟ୍‌ ହେବା ନ୍ୟୁଜିଲାଣ୍ଡ ଦଳ ପାଇଁ ଲାଭଦାୟକ ହୋଇଥିଲା। ପନ୍ତ ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଯଦି ସେ ଆଉଟ୍‌ ହୋଇନଥାନ୍ତେ ତେବେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଭାରତକୁ ମଜଭୁତ୍‌ ସ୍ଥିତିକୁ ନେଇ ଯାଇଥାନ୍ତେ ବୋଲି ସାଉଦି ସ୍ପଷ୍ଟ କରି ଦେଇଛନ୍ତି। ପନ୍ତ ଆଉଟ୍ ହେବା ପରେ ରାହାଣେ ଦ୍ରୁତ ରନ୍‌ ସଂଗ୍ରହ କରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ବୋଲରଙ୍କ ବିରୋଧରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। ଏହାର ସୁଯୋଗ ଉଠାଇ ସେ ରାହାଣେଙ୍କୁ ଆଉଟ୍‌ କରିଥିବା ସାଉଦି କହିଛନ୍ତି। ପୂର୍ବପରି ଦ୍ରୁତଗତିରେ ବୋଲିଂ କରି ପାରୁନଥିଲେ ମଧ୍ୟ ଏହାକୁ ନେଇ ସେ ଅଧିକ ଚିନ୍ତା କରୁନଥିବା ସାଉଦି କହିଛନ୍ତି। ବର୍ତ୍ତମାନ ସେ ବଲ୍‌କୁ ସୁଇଙ୍ଗ କରାଇବା ଉପରେ ଧ୍ୟାନ ଦେଉଥିବା ସାଉଦି ସୂଚନା ଦେଇଛନ୍ତି।
ଦ୍ବିତୀୟ ଦିନ ଖେଳ ଶେ​‌ଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ୍ ବିନିମୟରେ ୨୧୬ ରନ୍ ସଂଗ୍ରହ କରିବା ସଂପର୍କରେ ମତ ଦେଇ ସାଉଦି କହିଥିଲେ ଦଳ ଗୋଟିଏ କମ୍‌ ୱିକେଟ୍ ହରାଇଥିଲେ ଭଲ ହୋଇଥାନ୍ତା। ତେବେ ଯାହା ହୋଇଛି ତାହା ଠିକ୍‌ ଅଛି ଏବଂ ତୃତୀୟ ଦିନ ଖେଳ​‌େ​‌ର ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍‌ମାନେ ଅଧିକରୁ ଅଧିକ ରନ୍ ସଂଗ୍ରହ କରି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରିବେ। ଦ୍ବିତୀୟ ଦିନ ପିଚ୍‌ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ବଲ୍‌କୁ ସ୍ପିନ୍‌ କରାଇ ପାରୁଥିବା ବିଷୟ ତାଙ୍କୁ ଚକିତ କରିଥିବା ସାଉଦି ମତ ଦେଇଛନ୍ତି। ୱେଲିଙ୍ଗଟନ୍‌ ପିଚ୍‌ରେ ଦ୍ବିତୀୟ ଦିନ ବଲ୍ ସ୍ପିନ ହେବା ନୂଆ କଥା ବୋଲି ସାଉଦି କହିବା ସହ ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବା ନିଶ୍ଚିତ ଭାବେ କଷ୍ଟକର ହେବ ବୋଲି କହିଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories