ଭୁବନେଶ୍ବର : କ୍ୟାପିଟାଲ ହସପିଟାଲରେ ସିଟି ସ୍କାନ ମେସିନ ଖରାପ ଯୋଗୁ ସିଟି ସ୍କାନ ହୋଇପାରୁନି। ଏନେଇ ସାଧାରଣ ଗରିବ ରୋଗୀ ହନ୍ତସନ୍ତ ହେବା ସହ ଘରୋଇ ହସପିଟାଲକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ବାରମ୍ବାର ଏଭଳି ମେସିନ ଖରାପ ହେଉଥିବାବେଳେ ହସପିଟାଲ ଅଧିକାରୀ ପଦକ୍ଷେପ ନେଉନାହାନ୍ତି। ନିଦାନ ଜରିଆରେ ରାଜ୍ୟ ସରକାର କଲକାତାର ସ୍ପନ୍ଦନ କେନ୍ଦ୍ର ସହିତ ଏମଓୟୁ କରି ଏଠାରେ ସିଟି ସ୍କାନ ସେବା ଯୋଗାଇ ଦେଉଥିଲେ। କିନ୍ତୁ ମେସିନ ଖରାପ ହେଲା ପରେ କଲକାତାର ସେହି କେନ୍ଦ୍ରର ମିସ୍ତ୍ରୀ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ କେବେ ମେସିନ ମରାମତି ହେବ ଓ ରୋଗୀ ସେବା ପାଇବେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ହସପିଟାଲ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ସୂଚନା ଅନୁସାରେ ଏଠାରେ ଗୋଟିଏ ମେସିନ ଥିବାବେଳେ ଗତ ୧୫ ଦିନ ପୂର୍ବରୁ ଖରାପ ହୋଇଥିଲା।
କ୍ୟାପିଟାଲ ହସପିଟାଲରେ ସିଟି ସ୍କାନ ଅଚଳ : ରୋଗୀ ହନ୍ତସନ୍ତ
Popular Categories



