www.samajalive.in
Wednesday, December 10, 2025
26.1 C
Bhubaneswar

ଚମାଖଣ୍ଡି ପୁଲିସର ବଡ଼ ସଫଳତା : ୫ ଡକାୟତ ଗିରଫ

ଛତ୍ରପୁର :  ଗଞ୍ଜାମ ଜିଲା ଚମାଖଣ୍ଡି ପୁଲିସକୁ ଶନିବାର ମିଳିଛି ବଡ ସଫଳତା। ଏକ ବଡ ଡକାୟତି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ଚମାଖଣ୍ଡି ଥାନା ନିକଟ ଜାତୀୟ ରାଜପଥ ସିଙ୍ଗ ପନ୍ଧ ନିକଟରେ ଟ୍ରକ ଅଟକାଇ ରାହାଜାନି କରୁଥିବା ବେଳେ ଚମାଖଣ୍ଡି ପୁଲିସ  ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା। ଏହି ଘଟଣାରେ ପୁଲିସ ପାଞ୍ଚ ଜଣକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ତିନି ଜଣ ଫେରାର ହୋଇ ଯାଇଥିଲେ। ଗିରଫ ପାଞ୍ଚ ଜଣ ହେଲେ ନରେନ୍ଦ୍ରପୁର ଗ୍ରାମର ଅନିଲ କୁମାର ବଡ଼ତିଆ, ପୁରୀର ବିକାଶ ନାୟକ, ଅନନ୍ତପୁର ଛକର ସତ୍ୟ ସ୍ୱରୂପ ଜେନା, ଶିତଳାପଲ୍ଲୀର ରାଜା ପଵିତ୍ର ମୋହନ ପ୍ରଧାନ ଓ ଆମ୍ବପୁଆର ଦିପକ ରାଏତ। ପୁଲିସ କେସ ନମ୍ବର ୨୪ୟ୨୦୨୦ ମାମଲା ରୁଜୁ କରି ସେମାନେଙ୍କ ନିକଟରୁ ୪ଟି ଵାଇକ,୨ଟି ବମ, ଗୋଟେ ଖଣ୍ଡା, ୨ଟିଲୁହା ଛଡ ଜବତ କରିଥିଲା। ଘଟଣା ସ୍ଥଳରୁ ତିନି ଫେରାର ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ପରେ ସେମାନଙ୍କୁ ଶନିବାର  କୋର୍ଟରେ ହାଜର ପରେ ଜେଲ ପଠାଇ ଦିଆଯାଇଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories