www.samajalive.in
Saturday, December 6, 2025
26.1 C
Bhubaneswar

ଆଠଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆଠଗଡ : ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ରବିବାର ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ଅରବିନ୍ଦ ପଟ୍ଟନାୟକ ଏହି ଲୋକ ଅଦାଲତକୁ ଉଦ୍‍ଘାଟନ କରିବା ସହ ନିଜ ଅଦାଲତରେ ୨୦ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲା ଫଇସଲା କରି ୪୧.୬୫ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ବୀମାକମ୍ପାନୀ ଗୁଡିକୁ ଆଦେଶ ଦେଇଥିଲେ। ସେହିପରି ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନବନିତା ଦାଶ ୧୨ଟି ଫୌଜଦାରୀ ମାମଲା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟ ଶଙ୍କର ମହାନ୍ତ ୧ଟି ମାମଲା ଫଇସଲା କରିଥିଲେ। ଏଥି ସହିତ ଉପଜିଲ୍ଲାପାଳଙ୍କ ଅଦାଲତରେ କେତେକ ମାମଲା ଫଇସଲା କରାଯାଇ ୧୫ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିବାବେଳେ ତହସିଲଦାର ତପନ କୁମାର ଖୁଣ୍ଟିଆ ତାଙ୍କ ଅଦାଲତରେ ୧୪୦୩ଟି ଜମିଜମା ମାମଲା ଫଇସଲା କରି ରାଜସ୍ୱ ବାବଦକୁ ୧୯୦୨୨୬ଟଙ୍କା ଆଦାୟ କରିଥିବା ଜଣାପଡିଛି। ଏହି ଲୋକ ଅଦାଲତରେ ଆଠଗଡ ଷ୍ଟେଟବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଓ ୟୁନିଅନ ବ୍ୟାଙ୍କ ଯୋଗଦେଇଥିଲେ। ଆଠଗଡ ଓକିଲ ସଂଘର ସଭାପତିଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଆଇନଜୀବୀ ଓ ତାଲୁକ୍‍ ଆଇନ ସେବା ସମିତିର ସହାୟିକା ରାଜଶ୍ରୀ ମହଲା ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories