www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣାରେ ପାଠ ପଢ଼ାଉଥିଲେ,  ଏବେ ପ୍ରଶାସିକା ହେବେ ରଶ୍ମିରେଖା

ପାଟଣା : ଘଟଗାଁ ବ୍ଲକ ତୋରାଣୀପୋଖରୀ ପଞ୍ଚାୟତ ଧୋବାପିଟଣା ଗ୍ରାମର ବାସିନ୍ଦା ତଥା ଝାରବେଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ପାତ୍ର ଓ ବାଲିବନ୍ଧରେ ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଥିବା ଅନ୍ନପୂର୍ଣ୍ଣା ପାତ୍ରଙ୍କ ବଡ଼ ଝିଅ ରଶ୍ମିରେଖା ପାତ୍ର (୨୯) ଓପିଏସସି ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନରେ ରହି ପିତାମାତାଙ୍କ ର ଗୌରବ ବଢାଇଛନ୍ତି। ରଶ୍ମିରେଖା ତୋରାଣୀପୋଖରୀ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ଯାଏ ପାଠ ପଢିବା ପରେ +୨ ଓ +୩ ଧରଣୀଧର ମହାବିଦ୍ୟାଳୟରେ ବିଜ୍ଞାନରେ ଆଇଟି ସମ୍ମାନ ରଖି ପାଶ କରିଥିଲେ।

 

- Advertisement -

ଉଚ୍ଚ ବିଦ୍ୟାଳୟ ଶିକ୍ଷା ମଧ୍ୟ ସେହି କେନ୍ଦୁଝରର ନରସିଂହ ସ୍ୱାଇଁ ପୋଲିସ ଉଚ୍ଚ ବିଦ୍ୟାଳୟରେ ସମାପ୍ତ କରିଥିଲେ। ଶିକ୍ଷା ସମାପ୍ତ ପରେ ସେ ୨୦୧୪ ରୁ ୨୦୧୬ ଯାଏ ପାଟଣା ବ୍ଲକ ଖିରେ଼ଇଟାଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟିକା ଭାବେ କାର୍ଯ୍ୟ କରିବା ସମୟରେ ସ୍ୱେଚ୍ଛାକୃତ ଇସ୍ତଫା ଦେଇ ଭୁବନେଶ୍ୱର ଚାଲି ଯାଇଥିଲେ। ସେଠାରେ ଓଏଏସ ପାଇଁ କୋଚିଂ ନେଉଥିଲେ। ୨୦୧୮ ରେ ସେ ପ୍ରଥମ ପ୍ରଚେଷ୍ଠା ରେ ଭାୟାବସରେ କଟିଯିବା ପରେ ୨୦୧୯ରେ ଦ୍ଵିତୀୟ ଥର ପ୍ରଚେଷ୍ଠାରେ ସେ ସଫଳତା ପାଇବା ସହ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ରଶ୍ମିରେଖାଙ୍କ ବଡ଼ଭାଇ ବିଶ୍ୱରଞ୍ଜନ ସାନଭଉଣୀ ହୈମବତୀ ଓ ଗିରିଜା ନନ୍ଦିନୀ ଭଉଣୀର ଏହି ସଫଳତା ପାଇଁ ବେଶ ଖୁସ ଥିବାବେଳେ ରଶ୍ମିରେଖା ପିଲାଟୁ ଦିନୁ ବେଶ ଉତ୍ସାହୀ ଥିଲେ ବୋଲି ତାଙ୍କୁ ପାଠ ପଢ଼ାଇ ଥିବା ପ୍ରଧାନ ଶିକ୍ଷୟତ୍ରୀ କବିତା ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories