www.samajalive.in
Saturday, December 13, 2025
21.1 C
Bhubaneswar

ଜନ୍ମ ନେଲା ବିଶ୍ବର ପ୍ରଥମ ଧଳା ଘଡିଆଳ, ବିରଳ ଜୀବର ଭିଡିଓ ଦେଖି ଚକିତ ହେଲେ ଲୋକେ

ନୂଆଦିଲ୍ଲୀ : ପ୍ରକୃତି ନିଜ କୋଳରେ ଅନେକ ପ୍ରକାର ଜୀବଜନ୍ତୁଙ୍କୁ ସ୍ଥାନ ଦେଇଛି । ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରାକୃତିକ ପଦାର୍ଥ, ରହସ୍ୟମୟ ଜୀବ ସାମ୍ନାକୁ ଆସୁଛନ୍ତି ଯାହା ମାନବ ଜଗତକୁ ଚକିତ କରୁଛି । ଏବେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକୁ ଦେଖି ସମସ୍ତେ ଚମତ୍କାର ବୋଲି କହୁଛନ୍ତି । ସୋସିଆଲ ମିଡିଆରେ ଏକ ଧଳା କୁମ୍ଭୀରର ଫଟୋ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ନିଜ ଆଖିକୁ ବିଶ୍ବାସ କରିପାରିବେନି । ଦେଖନ୍ତୁ ଏହି ଭିଡିଓ…

 

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓ ଓ ଫଟୋ ଫ୍ଲୋରିଡାର ବୋଲି କୁହାଯାଉଛି । ଏଠାରେ ଏକ କୁମ୍ଭୀର ପାର୍କରେ ବିରଳ ଧଳା ଘଡିଆଳ ଜନ୍ମ ନେଇଛି । ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କୁନି ଘଡିଆଳଟି ଅଣ୍ଡାରୁ ବାହାରୁଥିବା ନଜର ଆସୁଛି । ଏହା ବିଶ୍ବର ପ୍ରଥମ ଧଳା ଘଡିଆଳ ବୋଲି କୁହାଯାଉଛି ।

 

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ପୋଷ୍ଟକୁ ଗେଟୋରଲ୍ୟାଣ୍ଡ ଓରଲ୍ୟାଣ୍ଡୋ ପାର୍କର ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ଭିଡିଓରେ ୨-୩ଟି ଅଣ୍ଡା ନଜର ଆସୁଛି ଯେଉଁଥିରେ କିଛି ସାଧାରଣ ରଙ୍ଗର ଶାବକ ଜନ୍ମ ନେଉଛନ୍ତି । କିନ୍ତୁ ଗୋଟିଏ ଅଣ୍ଡାରୁ ବିରଳ ଧଳା ରଙ୍ଗର ଘଡିଆଳ ବାହାରିବା ନଜର ଆସୁଛି । ଭିଡିଓ ସେୟାର କରି କ୍ୟାପ୍ସନରେ ଏମିତି ଘଟଣା ପ୍ରଥମ ଥର ବୋଲି ଲେଖାଯାଇଛି । କୁହାଯାଉଛି କି ଏହା ଏକ ପ୍ରକାର ଜେନେଟିକ୍ ଦୋଷ ଯୋଗୁଁ ହୋଇଥାଏ । ଏହି କାରଣରୁ ଚର୍ମର ରଙ୍ଗରେ ପରିବର୍ତ୍ତନ ନଜର ଆସିଥାଏ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories