www.samajalive.in
Tuesday, December 9, 2025
26.1 C
Bhubaneswar

ଶିଶୁକନ୍ୟାକୁ ବଳାତ୍କାର ପରେ ହତ୍ୟା

ଭୁବନେଶ୍ବର : ଜଣେ ୫ବର୍ଷର ଶିଶୁକନ୍ୟାକୁ ବଳାତ୍କାର ପରେ ବେକ କାଟି ହତ୍ୟା କରିଛି ଅଭିଯୁକ୍ତ। ସ୍ଥାନୀୟ ଲୋକଙ୍କୁ ଚକ୍‌ମା ଦେଇ ସେ ଫେରାର ହେବାରେ ସକ୍ଷମ ହୋଇଛି। ଫେରାର ଅଭିଯୁକ୍ତ ଘନିଆ ଦାସ (୩୨)। ଏଭଳି ନୃଶଂସକାଣ୍ଡ ଏୟାରଫିଲ୍ଡ ଥାନା କେଳାସାହି ବସ୍ତିରେ ଘଟିଛି। ଖବରପାଇ ସ୍ଥାନୀୟ ପୁଲିସ, ସାଇଣ୍ଟିଫିକ୍‌ ଦଳ ସମେତ ସ୍ପେଶାଲ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିବା ଲାଗି ଉଦ୍ୟମ ଚଳାଇଛନ୍ତି। ଶିଶୁକନ୍ୟାର ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ନିମନ୍ତେ ରାଜଧାନୀ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଉକ୍ତ ବସ୍ତି ଲୋକାରଣ୍ୟ ହୋଇଛି। ନିଷ୍ପାପ ଶିଶୁକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତ ବିବାହିତ। ତା’ର ଦେଢ଼ ବର୍ଷର ଏକ ଶିଶୁକନ୍ୟା ଅଛି। ସ୍ତ୍ରୀ ଓ ଝିଅ ଜଗତସିଂହପୁରସ୍ଥିତ ତାଙ୍କ ଗାଁକୁ ଯାଇଛନ୍ତି। ଏଠାରେ ଘରେ ଅଭିଯୁକ୍ତ ଏକାକୀ ରହୁଥିଲା। ସୋମବାର ସନ୍ଧ୍ୟାରେ ବସ୍ତିର ଉକ୍ତ ଶିଶୁକନ୍ୟାକୁ ଅଭିଯୁକ୍ତ ଚକୋଲେଟ ଖାଇବା ଲାଗି ଘରକୁ ଡାକିଥିଲା। କିଛି ବୁଝି ନପାରି ଶିଶୁକନ୍ୟା ତା’ ନିକଟକୁ ଚାଲି ଯାଇଥିଲା। ଅଭିଯୁକ୍ତ ତାକୁ ଚକୋଲେଟ ଦେଇ ବଳାତ୍କାର କରିଥିଲା। ଚିତ୍କାର କରିବାରୁ ଅଭିଯୁକ୍ତ ତା’ ପାଟିକୁ ଏକ ଗାମୁଛାରେ ଚାପି ଧରିଥିଲା। ତା’ର ଏପରି ନିର୍ଯାତନାରେ ଶିଶୁକନ୍ୟା ଅଚେତ ହୋଇପଡ଼ିଥିଲା। ଶେଷରେ ଅଭିଯୁକ୍ତ ଏକ ଆରି ବ୍ଲେଡ୍‌ରେ ତା’ ତଣ୍ଟି କାଟି ହତ୍ୟା କରିଥିଲା। ସେଠାରେ ଫେରାର ହେବା ଲାଗି ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ନିକଟସ୍ଥ ଲୋକେ ଘଟଣା ସମ୍ପର୍କରେ ଜାଣିପାରିଥିଲେ। ଅଭିଯୁକ୍ତକୁ ସେମାନେ କାବୁ କରିବା ଲାଗି ଉଦ୍ୟମ କରିଥିଲେ। ହେଲେ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରି ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲା। ପରେ ପରିବାର ଲୋକେ ପହଞ୍ଚି ଦେଖିବା ବେଳକୁ ଶିଶୁକନ୍ୟା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଶିଶୁ କନ୍ୟାର ଜୀବନ ଚାଲି ଯାଇଥିଲା। ଖବରପାଇ ଘଟଣାସ୍ଥଳକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଧାଡ଼ି ଲାଗିଥିଲା। ପୁଲିସ ମଧ୍ୟ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଶ୍ରମିକ କାମ କରି ପରିବାର ପୋଷଣ କରିଥାଏ। ମୃତ ଶିଶୁକନ୍ୟାର ଦୁଇ ଭାଇ ଅଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories