ରଣପୁରଗଡ: ରାଜ ରାଜୁଡା ଅମଳରୁ ନୟାଗଡ଼ ଜିଲ୍ଲା ରଣପୁର ଗଡଜାତ ସୁଦୁର ମାଳରାଆଳାରୁ ପ୍ରତ୍ୟକ୍ଷ ଠାକୁରାଣୀ ମା ଖିଲାମୁଣ୍ଡା ପ୍ରତି ବର୍ଷ ଷେ।ଳପୂଜା ପାଇଁ ରଣପୁର ରାଜବାଟୀକୁ ଆସିଥାନ୍ତି। ଚଳିତବର୍ଷ ଦ୍ୱିତୀୟା ଓଷା ଅବସରରେ ରାଜ ଉଆସରୁ ଯାଇଥିବା କାଠିରେ ଖିଲାମୁଣ୍ଡା ବିଜେ ହେ।ଇ ଆସିଛନ୍ତି । ବିଜେ ସ୍ଥଳୀରୁ ମା ରାଆଳା ଦେଇ ସାନ ଚାକୁଣ୍ଡାଝର, ଭେଟ୍ଟବର, ନାଥପୁର, କରଡାପଲ୍ଲା, କଳାମାଟିଆ, ଡୁବୁରିଗଡ, ନୁଆ ନନ୍ଦପୁର, ଗାଁ ବାଣିକିଲେ।, ଡିପସାହି, ବସନ୍ତପୁର, ଲାଖପଡା, ଆରଡା ଗ୍ରାମ ପରିକ୍ରମା କରି ଭେ।ଗ ଖାଇ ବାଳମୁକୁଳୀ ଗଡଦ୍ୱାର ଦେଇ ରଣପୁର ଗଡରେ ପ୍ରବେଶ କରିବା ପରେ ଭେ।ଗଖାଇ ରାଜବାଟି କୁ ପ୍ରବେଶ କରିଥିବା ଜଣାପଡିଛି।
ଏହି ସମୟରେ ମାନସିକଧାରୀମାନେ ଦିନ ସାରା ନିର୍ଜଳ ଉପବାସ କରିଥିଲେ। ସନ୍ଧ୍ୟାରେ ଠାକୁର ପ୍ରସାଦ ପାଇ ଦର୍ଶନ କରି ପଣା ଆଦି ସେବନ କରିଥିଲେ। ମା ଖିଲାମୁଣ୍ଡା ଦଶହରା ପର୍ୟ୍ୟନ୍ତ ରାଜବାଟୀରେ ରହି ନିତିକାନ୍ତି ସହ ବିଧିବିଧାନ ଅନୁଯାୟୀ ପୂଜା ପାଇବେ। ଦଶହରା ଦିନ ଦଶହରା ପଡିଆକୁ ଯାଇ ତେ।ପ ସଲାମୀ ନେଇ ନିଜ ସ୍ଥାନକୁ ପାରା ପକ୍ଷୀରେ ବିଜେ କରିବେ ।



