ଭଲସାଦ : ସର୍ଦ୍ଦାର ବଲ୍ଲଭାଇ ପଟେଲ ଷ୍ଟାଡିମରେ ଗୋଆ ଓ ଗୁଜରାଟ ମଧ୍ୟରେ ଖେଳାଯାଇଥିବା ରଣଜୀ ଟ୍ରଫିର ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚରେ ଗୋଆକୁ ୪୬୪ ରନର ବୃହତ ବ୍ୟବଧାନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଗୁଜରାଟ। ସିଦ୍ଧାର୍ଥ ଦେଶାଇ ଓ ଅର୍ଜାନ ନାଗୱାସୱାଲାଙ୍କ ଘାତକ ବୋଲିଂ ବଳରେ ଗୁଜରାଟ ଏହି ମ୍ୟାଚରେ ବିଜୟୀ ହେବାରେ ସକ୍ଷମ ହୋଇଛି।
ଗୁଜରାଟ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୬୦୨ ରନ୍ କରି ପାଳି ଘୋଷଣା କରିଥିଲା। ପରେ ବ୍ୟାଟିଂ କରି ଗୋଆ ପ୍ରଥମ ଇନିଂସରେ ମାତ୍ର ୧୭୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଗୁଜରାଟ ଦଳ ପ୍ରଥମ ଇନିଂସରେ ୪୨୯ରନରେ ଅଗ୍ରଣୀ ରହିଥିଲେ ମଧ୍ୟ ଅଧିନାୟକ ପାର୍ଥୀବ ପଟେଲ ଗୋଆକୁ ଫଲୋନ୍ ପାଇଁ ଅମନ୍ତ୍ରଣ କରିନଥିଲେ। ପରେ ଗୁଜରାଟ ଦଳ ଦ୍ବିତୀୟ ନିଂସରେ ୧୯୯ରନରେ ୬ୱିକେଟ ହରାଇ ପାଳି ଘୋଷଣା କରିଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ଗୋଆ ଦଳ ଗୁଜରାଟ ବୋଲରଙ୍କୁ ସାମ୍ନା କରିନପାରି ୬୬.୪ ଓଭରରେ ୧୬୪ ରନରେ ସୀମିତ ରହିଥିଲା।
ରଣଜୀ ଟ୍ରଫି : ଗୋଆକୁ ୪୬୪ ରନରେ ହରାଇ ସେମିରେ ଗୁଜରାଟ
Popular Categories



