www.samajalive.in
Thursday, December 11, 2025
23.1 C
Bhubaneswar

ମୋ-ସରକାର କାର୍ଯ୍ୟକ୍ରମ : ୨୬ରେ ରାଜସ୍ବ, ମାର୍ଚ୍ଚ ୩ରେ ଗଣଶିକ୍ଷା ବିଭାଗ ସାମିଲ ହେବ

ଭୁବନେଶ୍ବର : ଚଳିତମାସ ୨୬ ତାରିଖରେ ରାଜସ୍ବ ବିଭାଗ ‘ମୋ-ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବ। ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ବିଭାଗର ମୋ-ସରକାର କାର୍ଯ୍ୟକ୍ରମକୁ ଲୋକସେବା ଭବନରେ ଉଦଘାଟନ କରି ରାଜସ୍ବ ସେବା ସଂକ୍ରାନ୍ତରେ ଲୋକମାନଙ୍କ ମତାମତ ଗ୍ରହଣ କରିବେ ବୋଲି ଶନିବାର ଲୋକେସେବା ଭବନରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି। ଏନେଇ ଆଜି ଲୋକସେବା ଭବନରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ମହପାତ୍ର ସବୁ ଜିଲାର ପ୍ରଶାସନିକ ଅଧିକାରୀଙ୍କ ସହିତ ଓଆରଟିପିଏସ ସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସାଧାରଣ ଲୋକେ ଯେଭଳି କୌଣସି ପ୍ରକାର ରାଜସ୍ବ ସେବା ପାଇବା ଲାଗି ହଇରାଣ ହରକତ ନହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦେବାକୁ ନିର୍ଦେଶ ଦିଆଯାଇଛି। ଏହି ଅବସରରେ ବିଭାଗ ପକ୍ଷରୁ ସବୁ  ସବୁ ତହସିଲରେ ମୋ-ସରକାର କାର୍ଯ୍ୟକ୍ରମ ଯୋଜନା ଆରମ୍ଭ ନେଇ ବୋର୍ଡ ଲଗାଇବାକୁ ଜିଲାପାଳମାନଙ୍କ କୁହାଯାଇଛି। ଜନସାଧାରଣ ଏ ସଂକ୍ରାନ୍ତରେ ସଚେତନ ହେବା ଲାଗି ଉଭୟ ଓଡ଼ିଆ ଏବଂ ଇଂରାଜୀରେ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ଲେଖିବାକୁ କୁହାଯାଇଛି। ଏହାସହିତ ପ୍ରଶାସନକି ଅଧିକାରୀମାନେ ଯେଭଳି ତାଙ୍କ କାର୍ଯ୍ୟରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବତା ଆଣିବେ ସେନେଇ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୋ-ସରକାର କାର୍ଯ୍ୟକ୍ରମ ନେଇ ଆଜି ବିଭାଗୀୟ ସଚିବ ଚିତ୍ରା ଅରୁମୁଗମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମତୀ ଅରୁମୁଗମ ଆସନ୍ତା ମାର୍ଚ୍ଚ ୩ରେ ଗଣଶିକ୍ଷା ବିଭାଗ ‘ମୋ-ସରକାର’କୁ ଯିବ ବୋଲି ସବୁ ଶିକ୍ଷା ଅଧିକାରୀଙ୍କ ନିର୍ଦେଶ ଦେଇଛନ୍ତି। ଶ୍ରୀମତୀ ଅରୁମୁଗମ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ଗଣଶିକ୍ଷା ବିଭାଗ ମୋ-ସରକାରକୁ ଆସନ୍ତାମାସ ୩ରେ ଯିବ। ତେଣୁ ଶିକ୍ଷା ସେବା ଯେଭଳି ଗଣତାନ୍ତ୍ରିକ କେନ୍ଦ୍ରୀକ ହେବ ସେଥିପ୍ରତି ଶିକ୍ଷା ଅଧିକାରୀମାନେ ଗୁରୁତ୍ବ ଦିଅ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମତାମତ ସଂଗ୍ରହ ଲାଗି କର।  ଯଦି କୌଣସି କ୍ଷେତ୍ରରେ କୌଣସି ବର୍ଗର ବ୍ୟକ୍ତି କିଛି ବି ସେବା ପାଇଁ କହୁଛନ୍ତି ତାକୁ ଆଗ୍ରହର ସହ ଗ୍ରହଣ କରି ସେବା ପ୍ରଦାନ କରିବାକୁ ଶ୍ରୀମତୀ ଅରୁମୁଗମ ଦର୍ଶାଇଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories