www.samajalive.in
Tuesday, December 9, 2025
17.1 C
Bhubaneswar

ଦୋହାରେ ଅଭ୍ୟାସ କରିବେ ସାନିଆ

ଦୁବାଇ  : ଭାରତୀୟ ମହିଳା ଟେନିସ୍‌ ଖେଳାଳି ସାନିଆ ମିର୍ଜା କାତାରର ରାଜଧାନୀ ଦୋହାରେ ଆସନ୍ତା ସପ୍ତାହରୁ ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ୩୩ ବର୍ଷୀୟ ସାନିଆ ମାତୃତ୍ବ ଲାଭ କରିବା ପରେ ଦୀର୍ଘଦିନ ପର୍ଯ୍ୟନ୍ତ ଟେନିସ୍‌ରୁ ଦୂରେଇ ରହିଥିଲେ। ​‌େ​‌ସ କିଛିଦିନ ତଳେ ଟେନିସ୍‌ ଜଗତକୁ ଫେରି ହୋବାର୍ଟ ଅନ୍ତର୍ଜାତୀୟ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଡବଲ୍‌ସ ଟାଇଟଲ୍‌ ଜିତିଥିଲେ। ତେ​‌େ​‌ବ ଡାହାଣ ଗୋଡ଼ରେ ଆଘାତଜନିତ କାରଣରୁ ସାନିଆ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଅଧାରୁ ଓହରି ଯାଇଥିଲେ। ପରବର୍ତ୍ତୀ ସମୟରେ ଦୁବାଇ ଟେନିସ୍‌ ଚମ୍ପିଆନ୍‌ସିପର ଡବଲ୍‌ସ ବିଭାଗର ପ୍ରିକ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଥିଲେ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ସାନିଆ କହିଥିଲେ ଦୀର୍ଘଦିନ ଟେନିସ୍‌ ଜଗତରୁ ଦୂରେଇ ରହି ପ୍ରତ୍ୟାବର୍ତ୍ତନ କରିବା ଏତେଟା ସହଜ ନୁହେଁ। ଏପରି ପରିସ୍ଥିତି ଖେଳାଳିଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଥିସହ ଆଘାତ ହେବାର ଭୟ ମଧ୍ୟ ରହିଥାଏ। ଏସବୁ ବିଷୟକୁ ଦୃଷ୍ଟିରେ ରଖି ପୁନର୍ବାର ଭଲ ପ୍ରଦର୍ଶନ କରିବାକୁ ତାଙ୍କୁ ଅଧିକ ଅଭ୍ୟାସ କରିବାକୁ ପଡ଼ିବ। ଗତ ୫/୬ ସପ୍ତାହ ମଧ୍ୟରେ ସେ ଖୁବ୍‌କମ୍‌ ଅଭ୍ୟାସ କରିଥିବାରୁ ନିଜକୁ ଫିଟ୍‌ ରଖିବାକୁ ଦୋହାରେ ଜୋରଦାର୍‌ ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ କିିଛିବର୍ଷ ଅନ୍ତର୍ଜାତୀୟ ସ୍ତରରେ ସେ ଖେଳିବାକୁ ଆଶା ରଖିଥିବା ସାନିଆ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories