ନିଆରା ଢଙ୍ଗରେ ପାଳନ ହେଲା ଗଣେଶ ପୂଜା
ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନ ସମସ୍ତ ଗାଁରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରାଯାଇଛି । ତେବେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନରେ ଗଣେଶ ପୂଜା କରାଯାଇଥିବା ବେଳେ ସଂସ୍କୃତିକୁ ବଜାୟ ରଖିବା ପାଇଁ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗାଁରେ ଆବାଳ ବୃଦ୍ଧ ବନିତା ଘଣ୍ଟ, ଗିନି, ମୃଦଙ୍ଗ ବାଦନ ସହ ଭଜନ ମାଧ୍ୟମରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ସେହିପରି ରାମନାଗୁଡା ମୁଖ୍ୟ ବଜାର ଠାରେ ୧୦ଫୁଟର ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବା ସହ ଗଣେଶଙ୍କ ପୂଜା ଯୁବକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।
Comments are closed.