www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମି ପୂଜା : ଜାଣନ୍ତୁ ହନୁମାନଗଡ଼ୀର ମହତ୍ୱ , ପ୍ରଭୁ ରାମଙ୍କୁ ଦର୍ଶନ କରିବା ପୂର୍ବରୁ କେଉଁ କାରଣରୁ ହନୁମାନଙ୍କ ଆଜ୍ଞା ଆବଶ୍ୟକ

ନୂଆଦିଲ୍ଲୀ : ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଭୂମି ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଆଉ କିଛି ସମୟର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭୂମି ପୂଜା ଓ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ। ପ୍ରଧାନମନ୍ତ୍ରୀ ଭୂମିପୂଜା କରିବା ପୂର୍ବରୁ ଅଯୋଧ୍ୟାରେ ପ୍ରଭୁ ହନୁମାନଙ୍କର ଦର୍ଶନ ଓ ତାଙ୍କ ଆଜ୍ଞା ନେବେ। ମାନ୍ୟତା ଅନୁଯାୟୀ, ଅଯୋଧ୍ୟାରେ ପ୍ରଭୁ ହନୁମାନଙ୍କ ଦର୍ଶନ କରିବା ପୂର୍ବରୁ ପ୍ରଭୁଙ୍କ ସବୁଠାରୁ ପ୍ରିୟ ଭକ୍ତ ହନୁମାନଙ୍କର ଦର୍ଶନ ଓ ତାଙ୍କ ଆଜ୍ଞା ନେବା ଆବଶ୍ୟକ।
ହନୁମାନ ଗଡ଼ୀ ମନ୍ଦିର ଅଯୋଧ୍ୟାର ପ୍ରମୁଖ ମନ୍ଦିର। ଏଠାରେ ପ୍ରଭୁ ରାମଙ୍କର ପ୍ରିୟ ଭକ୍ତ ହନୁମାନଙ୍କର ବାସ।ଏହି ମନ୍ଦିରରେ ପ୍ରଭୁ ହନୁମାନଙ୍କର ୬ ଇଂଚର ପ୍ରତିମା ରହିଛି। ହନୁମାନ ଗଡ଼ୀର ଏହି ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ୭୬ ସିଢି ଚଢିବାକୁ ପଡ଼ିଥାଏ। ଏଠାରେ ପ୍ରଭୁ ହନୁମାନଙ୍କ ସହ ତାଙ୍କ ମା’ଅଞ୍ଜନା ମଧ୍ୟ ରହିଛନ୍ତି। ମନ୍ଦିରର ପ୍ରତ୍ୟେକ କାନ୍ଥରେ ହନୁମାନ ଚାଳିଶା ଲେଖାହୋଇଛି।
ମାନ୍ୟତା ଅନୁଯାୟୀ, ପ୍ରଭୁ ରାମ ହନୁମାନ ଗଡ଼ୀର ରାଜା ରୂପରେ ପ୍ରଭୁ ହନୁମାନଙ୍କର ରାଜ ତିଳକ କରିଥିଲେ। ପ୍ରଭୁ ହନୁମାନ ଏକ ଗୁମ୍ଫାରେ ବାସ କରିବା ସହ ରାମଜନ୍ମ ଭୂମି ଓ ଅଯୋଧ୍ୟାର ସର୍ବଦା ରକ୍ଷା କରିଥାଆନ୍ତି। ହନୁମାନଙ୍କର ସେବା ଓ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ରାମ କହିଥିଲେ ଯେ କେହି ଭକ୍ତ ଅଯୋଧ୍ୟାକୁ ମୋ ଦର୍ଶନ ପାଇଁ ଆସିବେ ସେ ପ୍ରଥମେ ଏହି ହନୁମାନ ଗଡ଼ୀ ମନ୍ଦିରରେ ପ୍ରଭୁ ହନୁମାନଙ୍କୁ ଦର୍ଶନ, ପୂଜା, କରିବେ ଓ ଆଜ୍ଞା ନେବେ। ହନୁମାନଙ୍କ ଅନୁମତି ବିନା ଓ ପୂଜା ବିନା ରାମଙ୍କ ଦର୍ଶନ ଓ ପୂଜାର କୌଣସି ଲାଭ ନାହିଁ ବୋଲି କୁହାଯାଇଛି। ସୁନ୍ଦରକାଣ୍ଡରେ ମଧ୍ୟ ଏପରି ବର୍ଣ୍ଣନା କରାଯାଇଛି, ପ୍ରଭୁ ହନୁମାନ ରାମଙ୍କର ପ୍ରିୟ ଭକ୍ତ। ତେଣୁ ହନୁମାନଙ୍କ ପୂଜା ଦ୍ୱାରା ପ୍ରଭୁଙ୍କ ଅଶେଷ କୃପା ମିଳିଥାଏ।ଏହି କାରଣରୁ ରାମଙ୍କର ଦର୍ଶନ ପୂର୍ବରୁ ହନୁମାନଗଡ଼ୀ ଯାଇ ସେଠାରେ ହନୁମାନଙ୍କର ପୂଜା ଓ ଦର୍ଶନ କରିବାର ପରମ୍ପରା ରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories