ମହାନଦୀ ଜଳ ଉପରେ ନଜର ରଖିଛି ଜାତୀୟ ଜଳ ଗୁଣବତ୍ତା କମିଟି
ଓଡ଼ିଆ ସାଂସଦଙ୍କ ପ୍ରଶ୍ନ
ଡେସ୍କ : ମହାନଦୀ ତଥା ଏହାର କୂଳରେ ଅଳିଆ ଆବର୍ଜନା ପକାଇବାର କୌଣସି ଘଟଣା ନଜରକୁ ଆସିନାହିଁ ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ରାଜ୍ୟସଭାରେ କହିଛନ୍ତି । ସାଂସଦ ମାନସ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓଙ୍କ ମିଳିତ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଚୌବେ କହିଛନ୍ତି, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ପୃକ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ମିଳିତ ଭାବେ ଜାତୀୟ ଜଳ ଗୁଣବତ୍ତା ମନିଟରିଂ ପ୍ରୋଗ୍ରାମ କମିଟି କାର୍ଯ୍ୟକାରୀ କରିଥାଏ। ସେ କହିଛନ୍ତି, ଓଡ଼ିଶା ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ମହାନଦୀର ୪ ହଜାର ୪୮୪ଟି ଜଳଉତ୍ସ ଉପରେ କମିଟି ନଜର ରଖିଛି।
Comments are closed.