www.samajalive.in
Sunday, December 7, 2025
16.1 C
Bhubaneswar

ରାଜସ୍ଥାନ ବିଧାନସଭା ନିର୍ବାଚନରେ ‘ଛୋଟା ଭିମ୍’ ଏବଂ ‘ସାପ-ସିଡି’ ସାମିଲ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଭୋଟରକୁ ଆକୃଷ୍ଟ କରିବା ପାଇଁ ଆଶୟୀ ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ଉପାୟ ଆପଣାଇଛନ୍ତି । ଗୋଟିଏ ରାଜନୈତି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ପ୍ରଶାସନ ଅଧିକାରୀ ଭୋଟରଙ୍କ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରଚନାତ୍ମକ ଢଙ୍ଗରେ ପ୍ରଚାର ଆରମ୍ଭ କରିଛନ୍ତି । ସ୍ଥାନୀୟ ଜିଲାପାଳ ଭୋଟରଙ୍କୁ ଭୋଟ କେନ୍ଦ୍ର ପର୍ଯ୍ୟନ୍ତ ନେବା ଏବଂ ଭୋଟ୍ ର ମହତ୍ତ୍ବ ବୁଝାଇବାକୁ ଏକ ନୂଆ ଉପାୟ ଅବଲମ୍ବନ କରି ଜାଗୃତ ଅଭିଯାନ ଚଳାଇଛନ୍ତି ।

ବିଭିନ୍ନ ପ୍ରକାର ଖେଳ, କାର୍ଟୁନ, ପାମ୍ପରିକ ନୃତ୍ୟ ଏବଂ ରେଡିଓ ସାହାଯ୍ୟରେ ମତଦାନ ପ୍ରତିଶତ ବୃଦ୍ଧି ପାଇଁ ଉଦ୍ୟମ ଚାଲିଛି । ଜାଗୃତ ଅଭିଯାନର ପ୍ରଚାର ପ୍ରସାର ପାଇଁ ଜିଲା ଅଧିକାରୀ ଲୋକପ୍ରିୟ କାର୍ଟୁନ ଛୋଟା ଭୀମର ସାହାଯ୍ୟ ନେଇଛନ୍ତି ।

- Advertisement -

ସେହିପରି ଆଜମେରର ଜିଲାପାଳ ଆରତି ଡୋଗରା ସାପ ସିଡି ଖେଳକୁ ରଚନାତ୍ମକ ଭାବେ ପରିବେଶଣ କରି ମତଦାତାଙ୍କୁ ସେମାନଙ୍କ ଭୋଟ୍ ର ମହତ୍ତ୍ବ ବୁଝାଇବାର ଦାୟିତ୍ବ ନେଇଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି । ହନୁମାନଗଢ ଜିଲାର ଜିଲାପାଳ ଦିନେଶ ଜୈନ ବୋଟୁ ନାମକ ଏକ କ୍ଷୁଦ୍ର କାର୍ଟୁନ ସାହାଯ୍ୟରେ ଭୋଟରଙ୍କୁ ପ୍ରୋତ୍ସାହିତ କରିବାକୁ ଉଦ୍ୟମ କରିଛନ୍ତି ।

ସୂଚନାଯୋଗ୍ୟ, ଡିସେମ୍ବର ୭ ତାରିଖରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ପ୍ରତି ୨୦୦ ମିଟର ଦୂରତାରେ ମତଦାନ କେନ୍ଦ୍ର କରାଯିବ । ପ୍ରତି ୫ ବର୍ଷରେ ସରକାର ବଦଳୁଥିବା ପରମ୍ପରା ଭାଙ୍ଗି ବିଜେପି ପୁଣି ଥରେ କ୍ଷମତାରେ ରହିବାକୁ ପ୍ରୟାସ କରୁଛି । ଅନ୍ୟପକ୍ଷରେ କଂଗ୍ରେସ ଭୋଟରଙ୍କ ଆକ୍ରୋଶକୁ ଭୁଲାଇ ସରକାର ଗଢିବାର ଆଶା ବାନ୍ଧିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories