www.samajalive.in
Saturday, December 6, 2025
16.1 C
Bhubaneswar

କୋଟଗଡରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଟଗଡ : କୋଟଗଡରେ ବିଜେଡି ଦଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି କୋଟଗଡ ବଜାର ପରିକ୍ରମା କରିଥିଲା ଏବଂ ବଜାର ଠାରେ ଏକ ସଭାର ଆୟୋଜନ କରିଥିଲେ । ଏହି ପଦଯାତ୍ରାରେ କନ୍ଧମାଳ ଜିଲା  ପର୍ଯ୍ୟବେକ୍ଷକ ପ୍ରମୋଦ ପଣ୍ଡା, ଜିଲା  ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବିଧାୟକ ରାଜୀବ ପାତ୍ର, ଜିଲା ଆଦିବାସୀ କଲ୍ୟାଣ ଉପାଧ୍ୟକ୍ଷ ସୁରମା ପାଟମାଝୀ, ସମିତି ଅଧ୍ୟକ୍ଷା ସବିତା ମଲିକ , ଉପଧ୍ୟକ୍ଷ ଜି.ଭି.ରମଣ ପାନ୍ତୁଲୁ ରାଓ ଏବଂ କୋଟଗଡ ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ପ୍ରଳୟ ପଟ୍ଟନାୟକ, ଜିଲା ଯୁବ ସମ୍ପାଦକ ସରୋଜ ବଳିଆର ସିଂ, ବ୍ଲକ ସଭାପତି ବାଲେଶ୍ୱର ନାୟକ ସମେତ ବହୁ ସ୍ତ୍ରୀ ପୁରୁଷ କର୍ମୀମାନେ ଶୋଭାଯାତ୍ରାରେ ବାହାରିଥିଲେ । ଏହି ସଭାରେ କେନ୍ଦ୍ର ସରକାରଙ୍କ ଉପରେ ନେତାମାନେ ଖୁବ ବର୍ଷିଥିଲେ ଏବଂ କଂଗ୍ରେସ ବିରୁଦ୍ଧରେ ମଧ୍ୟ ସମାଲୋଚନା କରିଥିଲେ। ରାଜ୍ୟ ସରକାର ତାଙ୍କର  ୨୦୧୮ ରେ ୫୦୦ରୁ ଉର୍ଦ୍ଧ୍ବ ଯୋଜନା କରିଛନ୍ତି ସେ ଗୁଡିକୁ ଜନ ସମ୍ପର୍କ ପଦଯାତ୍ରାରେ ଲୋକଙ୍କ ପାଖକୁ ପହଁଚାଇବାକୁ ଏହି ଯୋଜନା ବୋଲି କହିଥିଲେ। ଏହାସହ ଏହି କାର୍ଯ୍ୟକ୍ରମକୁ ସାଂସଦ ପ୍ରତିନିଧି ମନୋଜ ସାବତ ପରିଚାଳନା କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories